Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଦୁଇ ଦୁଇଟି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ଚଳୁ

Odisha

ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଦୁଇ ଦୁଇଟି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ଚଳୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା,  ଦୁଇ ଦୁଇଟି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ଚଳୁ

ଅର୍ଗସ ବ୍ୟୁରୋ:  ଫାଙ୍କା ପଡିଛି କାଜୁବାଗାନ, ଖଣ୍ଡେବି କାଜୁ ଗଛର ଚିହ୍ନ ବର୍ଣ୍ଣ ନାହିଁ , ସମ୍ପୁର୍ଣ୍ଣ ମୁକୁଳା ପଡ଼ିଛି ବଗାନ। ଫଳକକୁ ଦେଖନ୍ତୁ କେଇଖଣ୍ଡ ଇଟାରେ ତିଆରି, ନା ପ୍ଲାଷ୍ଟର ହୋଇଛି ନା ରଙ୍ଗ ମାରି କାର୍ଯ୍ୟର ବିବରଣୀ ଲେଖାହୋଇଛି। ଫଳକ କହୁଛି ଦୁର୍ନୀତିର କାହାଣୀ। ଏ ହେଉଛି ଆଦିବାସି ଅଧ୍ୟୁଷିତ ମୟୂରଭଞ୍ଜ ଶୁଳିଆପଦାତେଣ୍ଟପୋଷି ଗାଁର ମନରେଗା ଯୋଜନାରେ ୧୦ ହେକ୍ଟର ପଡିଆ ଜମିରେ ୧୬ ଲକ୍ଷ୍ୟ ୮୨୪ ଟଙ୍କାର କାଜୁ ବାଗନ ପ୍ରକଳ୍ପ। ଏବେ ନଜର ପକାନ୍ତୁ ପେମେଣ୍ଟ ବିଲ୍ ଉପରେ,  ଯାହା ଭାରତ ସରକାରଙ୍କ ମନାରେଗା ୱେବସାଇଟରେ ଉପଲବ୍ଧ । ଗଛ ଲଗାନଯାଇ, ବାଡ ଘେରାନଯାଇ, ଫଳକ ସମ୍ପୁର୍ଣ୍ଣ ତିଆରି କରାନଯାଇ କିପରି ୪ଲକ୍ଷ୍ୟ ୫୦ହଜାର ୭୭୪ଟଙ୍କାର ବିଲ୍ ହୋଇଛି।

ପୁଣି ସେହି ଫାନିଆ ପଞ୍ଚାୟତର ଗୋଉଡୁଣିଡୁଭା ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ୮ ହେକ୍ଟର ପଡିଆ ଜମୀରେ ୧୩ ଲକ୍ଷ୍ୟ ୪ ହଜାର ୫ସହ ୯୨ଟଙ୍କାର ମୂଲ୍ୟର କାଜୁ ବାଗନ ପ୍ରକଳ୍ପ। ନଜର ପକାନ୍ତୁ କାଜୁ ବାଗାନ ପ୍ରକଳ୍ପ ଉପରେ କେବଳ ସାମ୍ନାପଟ ବାଡଘେରା ଯାଇଛି , ଫଳକ ନାହିଁ, ଖଣ୍ଡିଏ ବି କାଜୁ ଗଛର ଚିହ୍ନବର୍ଣ୍ଣ ନାହିଁ, ପଡିଆ ପଡିଛି ଫାଙ୍କା କିନ୍ତୁ ଉଠି ଚାଲିଛି ଟଙ୍କା।

ସବୁଠାରୁ ରୋଚକ କଥା ଦୁଇଟି ଯାକ ପ୍ରକଳ୍ପର ଠିକାଦାର ଜଣେ । ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ଠିକାଦାରଙ୍କ ଉପରେ ଅଧିକାରୀଙ୍କର କଣ ପାଇଁ ଏତେ ଦରଦ । କଣ ଶାସକ ଦଳର କର୍ମୀ ବୋଲି ? କେବେ ଅସାଧୁ ଠିକାଦାର ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ହେଉଛି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
loot in lakhs of rupees on two or two projects | Argus English