Videos
|
Odisha

ଛାତ୍ରାବାସକୁ ତିରିଶି ବର୍ଷ ବିତିଛି, ମରାମତି ତ ଦୂରର କଥା ଚୂନଟିକେ ବି ମରାଯାଇନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଛାତ୍ରାବାସକୁ ତିରିଶି ବର୍ଷ ବିତିଛି, ମରାମତି ତ ଦୂରର କଥା ଚୂନଟିକେ ବି ମରାଯାଇନାହିଁ

ଅର୍ଗସ ବ୍ୟୁରୋ: ବିପଦସଂକୁଳ ଅବସ୍ଥାରେ ଷାଠିଏ ଛାତ୍ରଙ୍କ ଜୀବନ,  ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଂଚାୟତ ତାରାକାନାଡି ଠାରେ ଥିବା ଏହି ଉନ୍ନୀତ ଉଚ୍ଚବିଦ୍ୟାଳୟର ଏହି ଆବାସିକ ଛାତ୍ରାବାସ । ଯାହା 1992  ଡିସେମ୍ବର 30 ତାରିଖ ଦିନ ତତ୍କାଳୀନ ଓଡିଶା ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଯାଦବ ମାଝିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।ରାସ୍ତାର ଗୋଟିଏ ପାର୍ଶ୍ଵରେ ଛାତ୍ରାବାସ ରହିଥିବା ବେଳେ ଅପର ପାର୍ଶ୍ଵରେ ରହିଛି ବିଦ୍ୟାଳୟ, ହଷ୍ଟେଲ ର ସ୍ଥିତିକୁ ଦେଖିଲେ ଲାଗୁଛି କୌଣସି କର୍ତୃପକ୍ଷ ହୁଏତ କେବେ ଏଠାରେ ପାଦ ମଧ୍ୟ ଦେଇନଥିବେ ।

ଏଠି  ଶିକ୍ଷା ଲାଭ କରିବା ଆଶାରେ ରହୁଥିବା ଛାତ୍ରଙ୍କ ଭବିଷ୍ୟତ ଏବେ ବିପଦପୁର୍ଣ ଅବସ୍ଥାରେ । ଏଠି ନା ଅଛି ଭଲ କବାଟ ନା ଅଛି ଭଲ ଝରକା ଟିଏ । ସେଇ ଭଙ୍ଗା ଦଦରା କବାଟ ଝରକା ଦେଇ ସବୁବେଳେ ବିଷାକ୍ତ ସାପ କିମ୍ବା ପୋକଜୋକର ଭୟ ରହିଥିବା ବେଳେ ଏପଟେ କାନ୍ଥରୁ ଝର ଝର ହୋଇ ଝଡିପଡୁଛି ବାଲି ସିମେଣ୍ଟ, ବର୍ଷା ହେଲେ ଏଠି ସେଠି ପାଣି ଗଳୁ ଥିବା ହେତୁ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଥିବା କହିଛନ୍ତି ହଷ୍ଟେଲ ରେ ରହିଥିବା ଏହି କୁନି କୁନି ଛାତ୍ର  ଆଉ ଏଭଳି ଏକ ବିପଦପୂର୍ଣ୍ଣ ପରିତ୍ୟକ୍ତ ହଷ୍ଟେଲ ଗୃହ ମଧ୍ୟରେ କୋମଳମତି ଶିଶୁଙ୍କ ଭବିଷ୍ୟତ ନିର୍ମାଣ ଚାଲିଛି।

ଏଠାରେ ଚାରୋଟି ପାଇଖାନା ରହିଥିବା ବେଳେ ଦୁଇଟି କେବଳ ବ୍ୟବହାର ଉପଯୋଗୀ ତେଣୁ ପିଲାଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲଯିବା ଲାଗି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ କେବେ ଏହାର ପୁନଃରୁଦ୍ଧାର କିମ୍ବା ପୁନଃନିର୍ମାଣ କରାଯିବ ତାହା ସମୟ କହିବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Lives of 60 students at risk | Argus English