ଭିଜିଲା ଭୁବନେଶ୍ବର-କଟକ, ଆସନ୍ତା ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ପାଗରେ ଦେଖିବାକୁ ପରିବର୍ତ୍ତନ । କିଛି ଦିନଧରି କୋହଲା ପାଗ ଲାଗି ରହିଥିବା ବେଳେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ । ହାଲୁକା ବର୍ଷାରେ ଭିଜିଛି ଟ୍ବିନ୍ ସିଟି ଭୁବନେଶ୍ବର-କଟକ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛଇ ।
ଆଜି ଉପକୂଳ ସମେତ ନୂଆପଡ଼ା, ବଲାଙ୍ଗୀର, କନ୍ଧମାନ, ରାୟଗଡ଼ା, ବୌଦ୍ଧ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।
ପରବର୍ତ୍ତୀ 24 ଘଣ୍ଟାରେ ଗଜପତି, ଗୟଗଡ଼ା, ଗଞ୍ଜାମ, ପୁରୀ, ଜଗତସିଂହପୁର, କନ୍ଧମାନ, କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । 26 ତାରିଖଠାରୁ ପାଗରେ ପରିବର୍ତ୍ତନ ହେବ । ସେପଟେ ଆସନ୍ତା ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି । ଏନେଇ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରାଯାଇଛି ।
📱 Get Argus News App
✨ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା 18.2°C, ସମ୍ବଲପୁର ରେ 18.7°C ଏବଂ ରାଉରକେଲା ରେ 19.6°C ରେକର୍ଡ ହୋଇଛି । ଆସନ୍ତାକାଲି, 25 ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗିରହିବ କୋହଲା ପାଗ । 26 ରୁ ବଦଳିବ ପାଗ । 24 ଘଣ୍ଟା ପରେ ପରବର୍ତ୍ତୀ 3 ଦିନ ମଧ୍ୟରେ 2 ରୁ 3 ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।
ଆହୁରି ପଢନ୍ତୁ ପାଣିପାଗ ଖବର...