|
logo
Live

Argus News - ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶକୁ ମଜବୁତ୍ କରିବା

Odisha

ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶକୁ ମଜବୁତ୍ କରିବା

Manini Pattanayak
Browse all articles by Manini Pattanayak
·2 years ago·2 min read
ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶକୁ ମଜବୁତ୍ କରିବା

ସମ୍ବଲପୁର:  2047 ବେଳକୁ ବିକଶିତ ହେବ ଭାରତ। ଏହି ସ୍ବପ୍ନକୁ ସାକାର କରିବାକୁ ଆବଶ୍ୟକ ସମସ୍ତଙ୍କର ଅବଦାନ। ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ନୂଆ ଭାରତର ପରିଭାଷା ବୁଝାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ନୂଆ ଭାରତର ପରିଭାଷା ବୁଝେଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା ଉଚିତ୍ । ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ବାନରେ ଯୋଡ଼ି ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ଆହ୍ବାନ ଜଣାଇଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର । ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜବୁତ କରିବାକୁ ଧର୍ମେନ୍ଦ୍ର ଆହ୍ବାନ ଜଣାଇଛନ୍ତି । 

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବାଭିମାନ ସହକାରେ ବଞ୍ଚିବାର ସ୍ବପ୍ନକୁ ସାକାର କରିବା ପାଇଁ କହିଛନ୍ତି ଧର୍ମେନ୍ଦ୍ର । ଏଥିସହ ଲୋକଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତି । ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଛନ୍ତି ଧର୍ମେନ୍ଦ୍ର । ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶକୁ ମଜବୁତ୍ କରିବା | Argus English