Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ

Odisha

ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ

Jitendra Dash
Browse all articles by Jitendra Dash
·2 years ago·2 min read
ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ

ଅର୍ଗସ ବ୍ୟୁରୋ : ତିନିଦିନ ହେଲାଣି ସରୁନି ଟଙ୍କା ଗଣା । ଆୟକର ବିଭାଗର ସରୁନି ରେଡ୍ କି ସରୁନି ଟଙ୍କା ଗଣା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ରେଡ୍ । ଆଉ ଏହି ଚଢ଼ଉ ବେଳେ ଆୟକର ଅଧିକାରୀଙ୍କୁ ତାଜୁବ କରିଛି ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟ୍ । ଦୁଇ ଦିନର ରେଡ୍ ରେ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି । 

ଓଡ଼ିଶାରେ ଜବତ ୨୦୦ କୋଟି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟକରି କହିଛନ୍ତି । ଦେଶବାସୀ ଏହି ବିଡା ବିଡା ନୋଟକୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାକୁ ନେଇ ଦେଉଥିବା ଭାଷଣ ଶୁଣନ୍ତୁ ବୋଲି କହିଛନ୍ତି । ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଏପଟେ ରାଜ୍ୟରେ ଜାରି ରହିଥିବା ମାରାଥନ ରେଡ଼ ଆଉ ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । କହିଛନ୍ତି, ରାଜ୍ୟର ସମସ୍ତ ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ ରହିଛି । ଶାସକ ଦଳ ଛତ୍ରଛାୟା ତଳେ ରହିଛନ୍ତି ଏହି ସମସ୍ତ ମଦ ମାଫିଆ ମାନେ । ମଦ ମାଫିଆ ମାନଙ୍କ ଠାରି ମିଳୁଥିବା ଟଙ୍କା ୫୦୦ କୋଟିରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି ଲେଖାଶ୍ରୀ ।

Sponsored
lekhasri samantsinghar tweet | Argus English