Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିବ'

Odisha

'ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିବ'

Smruti Parija
Browse all articles by Smruti Parija
·2 years ago·3 min read
'ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିବ'

Key Points

•    ଓଡିଶା ସରକାରରେ ଅନେକ ମନ୍ତ୍ରୀ, ସରକାରୀ ଦଳର ବିଧାୟକ ଓ ନେତାମାନଙ୍କ ନାଁରେ କେଳେଙ୍କାରୀର ଅନେକ ଅଭିଯୋଗ ଆସିଛି 
•    ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିବ 
•    ମୋଦି ସରକାରଙ୍କ ମହିଳାଙ୍କ କଲ୍ୟାଣକାରୀ ଯୋଜନାରେ ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ 
•    ମୋଦି ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି, ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି 
•    ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ମଜଭୂତ୍ କରିବାକୁ ହେଲେ ବୁଥ ସ୍ତରରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା  
•    ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ହେଲେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ପଡିବ 
•    ମହିଳା ମାନଙ୍କ ନେତୃତ୍ୱ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଆଣିବ 
 

ଭୁବନେଶ୍ୱର: ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଯୋଗୁଁ ସମଗ୍ର ଭାରତବର୍ଷରେ ମହିଳା ନିର୍ଯ୍ୟାତନା ଓ ଅପରାଧିକ ମାମଲାରେ ଓଡ଼ିଶା ଆଜି ନିନ୍ଦିତ । ମହିଳା ମାନଙ୍କ ଉପରେ ଅତ୍ୟାଚାର ନେଇ ପ୍ରକାଶିତ ଏନସିଆରବି ରିପୋର୍ଟ ଓଡ଼ିଶାର ମୁଣ୍ଡକୁ ତଳକୁ କରିଦେଇଛି ବୋଲି ରବିବାର ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଚାଲିଛି । ଏ ସରକାରରେ ତାଙ୍କ ଦଳର ଅନେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଆସିଛି । ତାଙ୍କ ଦଳୀୟ ମହିଳାମାନେ ଦଳୀୟ ନେତୃତ୍ୱ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସଦ୍ୟତମ ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳା ଅପରାଧରେ ଓଡ଼ିଶା ଆଗରେ ରହିଛି । ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ହିଁ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିପାରିବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ନବଜାତ ଶିଶୁ ଓ ମହିଳାମାନେ ସବୁଠୁ ଖରାପ ସ୍ଥିତିରେ ଅଛନ୍ତି । ଏହା ବିରୋଧରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଂକଳ୍ପ କରିଛି ।   

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ବିଗତ ସାଢେ ୯ ବର୍ଷ ଧରି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି । ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାଜ୍ୟରେ ୭୭ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ପିଏମ ଆବାସରେ ୩୨ ଲକ୍ଷ ଘର ଦିଆଯାଇଛି ।  ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ୫୬ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ  ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି । ସେହିପରି ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୨୦୨୯ ପର୍ଯ୍ୟନ୍ତ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରତି ମାସକୁ ଚାଉଳ ଉପଲବ୍ଧ କରାଯାଉଛି । ବିଶ୍ୱକର୍ମା ଯୋଜନା ସହ ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନାଇବା ପାଇଁ ଯୋଜନା କରିଛନ୍ତି, ଯାହାର ଭାଗ ଓଡ଼ିଶା ପାଇବ ।  

ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ମଜଭୂତ୍ କରିବାକୁ ହେଲେ ବୁଥ ସ୍ତରରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଘରେ ଘରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବାର ଗୁରୁ ଦାୟିତ୍ୱ ମହିଳା ମୋର୍ଚ୍ଚାକୁ ନେବା ପାଇଁ ହେବ ।  ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ହେଲେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ପଡିବ । ମହିଳା ମାନଙ୍କ ନେତୃତ୍ୱ ହିଁ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ
 

Sponsored
leading of women will bring political changes in-odisha | Argus English