କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଅବଗତ କଲେ ବିଜେପି ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିଲା ଲକ୍ଷ୍ମୀ ମାଝି ଦୁଷ୍କର୍ମ ଓ ହତ୍ୟା ମମଲା । ତଦନ୍ତରେ ଅବହେଳା ନେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅବଗତ କଲେ ବିଜେପି ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝି । ମେଡିକାଲ ପରିସରରେ ଜଣେ ଆଦିବାସୀଙ୍କୁ ହତ୍ୟା ସହ ପୋଡି ଦିଆଯବା ଦୁଃଖଦ ଘଟଣା କହିଛନ୍ତି କାଲିରାମ ମାଝି । ଏସଟି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ସମୀର ଓରାମ ଓ ସାଂସଦ ଗଜେନ୍ଦ୍ର ସିଂ ପଟେଲଙ୍କୁ ଭେଟି ଘଟଣା ପ୍ରସଙ୍ଗରେ ଜଣାଇଲି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲଷ୍ମୀ ମାଝୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରଖିବୁ କହିଛନ୍ତି ବିଜେପି ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ । ଲକ୍ଷ୍ମୀ ମାଝି ମୃତ୍ୟୁକୁ ୨୦ ଦିନ ପରେ ବି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରିନି । ସେପଟେ ବିଭିନ୍ନ ଦିଗକୁ ନେଇ ତଦନ୍ତ ପରେ ବି କ୍ଲୁ-ଲେସ୍ କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଲକ୍ଷ୍ମୀ ମାଝୀଙ୍କ ବାପା ବାରମ୍ବାର ସିବିଆଇ ତଦନ୍ତ ଦାବି ପରେ ବି କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର ? ତାକୁ ନେଇ ଉଠିଛି ପ୍ରଶ୍ନ ।