|
logo
Live

Argus News - ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ କେବେ ?

Odisha

ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ କେବେ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ କେବେ ?

ଅର୍ଗସ ବ୍ୟୁରୋ:  ରାୟଗଡ଼ାର ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ପ୍ରତି ହୋଇଛି ଅନ୍ୟାୟ । ଏକଥା କହିଛନ୍ତି ଖୋଦ୍ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ହେଲେ କେବେ ନ୍ୟାୟ ମିଳିବ। ଲକ୍ଷ୍ମୀଙ୍କ ହତ୍ୟାକୁ ୧୮ ଦିନ ବିତିଛି, ଆଉ କ୍ରାଇମବ୍ରାଞ୍ଚ ତଦନ୍ତକୁ ୮ ଦିନ ବିତିଛି । ହେଲେ ଏଯାଏ ହତ୍ୟାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାରେ ବିଫଳ ପୋଲିସ ଓ କ୍ରାଇମବ୍ରାଞ୍ଚ । ଏଠି ପ୍ରଶ୍ନ ଉଠୁଛି, ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଲକ୍ଷ୍ମୀ ମାଝୀ ପ୍ରତି ଅନ୍ୟାୟ ହେଉଥିବା କହିଥିବା ବେଳେ ଏବେ ତାଙ୍କୁ ନ୍ୟାୟ କିଏ ଦେବ । ଯାହା ସ୍ଥିତି ଦେଖା ଦେଇଛି କ୍ରାଇମବ୍ରାଞ୍ଚ ପ୍ରାମଣ ନଷ୍ଟ ଅଭିଯାନ ଆରମ୍ଭ ହୋଇନି ତ। ହତ୍ୟାକାରୀ କିଏ କାହିଁକି ଗିରଫ ହେଉ ନାହାନ୍ତି ଏଭଳି ଅନେକ ପ୍ରଶ୍ନ ପରିବାର ଲୋକ ଉଠାଇଛନ୍ତି।

ପୋଷ୍ଟ ମଟମ ରିପୋର୍ଟ ପରିବାର ଲୋକଙ୍କୁ ଦିଆ ଯାଉନଥିବା ଅଭିଯୋଗ ହୋଇଛି...ଇତିଶ୍ରୀ ବେବିନା ଭଳି ଘଟଣାକୁ ଚପାଇ ଦିଆ ଯାଉନିତ..ଲକ୍ଷ୍ମୀ ଯେଉଁ ମା ଗୃହରେ କାମ କରୁଥିଲେ ତାର ଡ଼ାଇରେକ୍ଟର ଓ କାର୍ଯ୍ୟରତ ଡାକ୍ତରଙ୍କର ଲକ୍ଷ୍ମୀଙ୍କ ହତ୍ୟା ପଛରେ ହାତ ଥିବା ଅଭିଯୋଗ କରିଆସୁଛନ୍ତି ଲକ୍ଷ୍ମୀଙ୍କ ବାପା। କିନ୍ତୁ ସେମାନଙ୍କୁ ଆଜିଯାଏ ଡାକି ପରଚାଉରଚା ବି କଲାନି ତଦନ୍ତକାରୀ ସଂସ୍ଥା। ଇତିଶ୍ରୀ ହତ୍ୟା ଘଟଣାରେ ସ ବୁ ପ୍ରମାଣ ନଷ୍ଟ କରି ଦେଇଥିଲା ପୋଲିସ । ଏହି ଘଟଣାରେ ତାହାର ପୁନରାବୃତ୍ତି  ହେବନିତ । ଲକ୍ଷ୍ମୀଙ୍କ ପରିବାର ଲୋକେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ଆମର ଭରସା ନାହିଁ । ଘଟଣାରେ CBI ତଦନ୍ତ ହେଉ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ କେବେ ? | Argus English