Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲ' ଲେସ ଗଞ୍ଜାମ !

Odisha

ଲ' ଲେସ ଗଞ୍ଜାମ !

Jitendra Dash
Browse all articles by Jitendra Dash
·2 years ago·2 min read
ଲ' ଲେସ ଗଞ୍ଜାମ !

ଅର୍ଗସ ବ୍ୟୁରୋ : ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଟିକିଏ କଥାରେ ଫୁଟୁଛି ଗୁଳି, ପଡୁଛି ବୋମା । ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ରେ ଦୁଇଜଣ ଯୁବକ ଗୁରୁତର ହେବା ସହ ଜଣେ ନାବାଳକକୁ ଅପହରଣ କରାଯାଇଥିବା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର  ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଥିଲା । ହରିପୁର ଗ୍ରାମର ପୁଷ୍ପା ଦାଶଙ୍କ ବୟାନ ଅନୁସାରେ ଶନିବାର ଦିନ ତାଙ୍କ ଘରକୁ ଆସିଥିବା ବାଣପୁରର ୧୭ ବର୍ଷୀୟ ସୁଶାନ୍ତ ଦାଶଙ୍କୁ ସେହି ଗାଁର ରଞ୍ଜନ ଦାଶ ବାଇକରେ ଅପହରଣ କରି ନେଇଥିଲେ । ପୁଷ୍ପାଙ୍କ ପୁଅ ଶ୍ରୀନିବାସ, ସୁଶାନ୍ତଙ୍କୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ବୋମା ମାଡର ଶିକାର ହୋଇଛନ୍ତି । ପରେ ନୀଳାଞ୍ଚଳ ଦାଶ ମଧ୍ୟ ଶ୍ରୀନିବାସଙ୍କୁ ଖୋଜିବାକୁ ଯାଇ ବୋମାମାଡର ଶିକାର ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଞ୍ଜାମରେ କଥା କଥାକେ ହଣାକଟା, ବୋମା ମାଡ଼ । ଗଡୁଛି ଶହ ଶହ ମୁଣ୍ଡ । ଗତ ମାସରେ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ଘଟିଥିଲା ତିନି ତିନିଟି ବୀଭତ୍ସ ହତ୍ୟା । ତଥ୍ୟ ଅନୁସାରେ ଗତ ବର୍ଷକ ଭିତରେ ଗଞ୍ଜାମ ଜିଲ୍ଲାରେ ଗଡିଲାଣି ୯୦ରୁ ଅଧିକ ମୁଣ୍ଡ । ଗଞ୍ଜାମ ପୋଲିସ ଜିଲ୍ଲାରେ ୬୫ଟି ହତ୍ୟାକାଣ୍ଡ ହୋଇଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୨୫ଟି ହତ୍ୟାକାଣ୍ଡ ଘଟିଛି ।  ଗଞ୍ଜାମ ପୋଲିସ ଜିଲ୍ଲାରେ ୨୭ଟି ଥାନା ରହିଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଛି ୧୬ଟି ଥାନା । ଏହାସତ୍ତ୍ୱେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ।  ଅପରାଧୀଙ୍କୁ ଧରିବାରେ ପୋଲିସର ନିଷ୍କ୍ରିୟତା, ଢିଲା ତଦନ୍ତ ଅପରାଧୀଙ୍କ ମନୋବଳକୁ ବଢ଼ାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରାଧରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ହୁଗୁଳା ଆଇନଶୃଙ୍ଖଳା ବ୍ୟବସ୍ଥାର ଫାଇଦା ନେଉଛନ୍ତି ଅପରାଧୀ।  ଯାହା ୨୪ ବର୍ଷର ସ୍ଥିର ବିଜେଡି ସରକାରର ପାରିବାପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନଚିହ୍ନ । ତେବେ ବଡ ପ୍ରଶ୍ନ, ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଏ କଥା ଜଣା ଅଛି ତ ?  
 

Sponsored
lawless ganjam ! | Argus English