Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

Odisha

ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

Ritu Das
Browse all articles by Ritu Das
·2 years ago·1 min read
ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସ୍ଥିଥ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିକାଶ ବିଭାଗ ତରଫରୁ  ପିଲାମାନଙ୍କ ମଧ୍ୟରେ ଥିବା  ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ସଞ୍ଜୀବ କୁଲୁ ଯୋଗ ଦେଇ ଥିବା ବେଳେ କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷl ସର୍ବେଶ୍ୱରୀ ମାଝୀ, ଜିଲ୍ଲା ପରିଷଦ କ୍ଷୀରୋଦ ନାୟକ,ସମିତି ସଭ୍ୟ କେମରାଜ ଦିଶାରୀ, ମୁଖ୍ୟବକ୍ତା ରେଞ୍ଜର  ପୂର୍ଣ୍ଣ ଚନ୍ଦ୍ର ନନ୍ଦ ଏଏସଆଇ ପ୍ରଦୀପ କୁମାର ବାଗ, IYDP ନୋଡାଲ ଅଧିକାରୀ ବିବେକ କୁମାର ମହାଳିକ, ଅଧ୍ୟାପକ ଦାମୋଦର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ l 

ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ସାଂସ୍କୃତିକ ଅଧିକାରୀ ଡ଼ଃ ରବି ନାରାୟଣ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପ୍ରଥମେ ଅଧ୍ୟାପକ ପଞ୍ଚାନନ ଦୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ  ଅଧ୍ୟାପକ ଓ କର୍ମଚାରୀ , ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Launch of Integrated | Argus English