Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିବ !

Odisha

ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିବ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିବ !

Key Points

  • ରତ୍ନଭଣ୍ଡାରର ଅବସ୍ଥା ସଙ୍ଗୀନ
  • ଲେଜର ସ୍କାନିଂ କଲେ ହେବ କ'ଣ ?
  • କେବେ ଖୋଲିବ ରତ୍ନଭଣ୍ଡାର ?

ଅର୍ଗସ ବ୍ୟୁରୋ: ଆଜି କି କାଲି ନୁହେଁ ବରଂ ଅନେକ ଦିନ ହେଲାଣି ରତ୍ନଭଣ୍ଡାରର ଅବସ୍ଥା ଭଲ ନାହିଁ । ଏ କଥା ଆମେ ସମସ୍ତେ ଜାଣନ୍ତି । ହେଲେ ନିଦାବିଷ୍ଣୁ ସାଜିଛନ୍ତି ସରକାର । ପ୍ରତିଟି ଓଡ଼ିଆଙ୍କର ପ୍ରାଣର କେନ୍ଦ୍ର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାରର ଅବସ୍ଥା ଭଲ ନାହିଁ ବୋଲି କୁହାଗଲାଣି । ଆଉ ଏହାରି ଭିତରେ ୫ ବର୍ଷ ହୋଇଗଲା ପଛେ ଭିତର ରତ୍ନଭଣ୍ଡାର ଖୋଲିବା କଥା ଚିନ୍ତା କରୁନାହାନ୍ତି ସରକାର ।  

ଦଇତାପତିଙ୍କଠୁ ଆରମ୍ଭ କରି ବାଡଗ୍ରାହୀ...ସମସ୍ତଙ୍କର ଗୋଟିଏ ଦାବି ତୁରନ୍ତ ଖୋଲାଯାଉ ରତ୍ନଭଣ୍ଡାର । ହେଲେ କାହା କଥାକୁ କର୍ଣ୍ଣପାତ କରୁନାହାନ୍ତି ସରକାର । ଆଉ ଦିନ ଯେତିକି ଯେତିକି ବଢୁଛି ରତ୍ନଭଣ୍ଡାରର ଅବସ୍ଥା ସେତିକି ସେତିକି ଦୁର୍ବଳ ହେବାରେ ଲାଗିଛି । ବାରମ୍ବାର ଦାବି ପରେ ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୭ ଜଣିଆ କମିଟି ରତ୍ନଭଣ୍ଡାରର ସ୍ଥିତିକୁ ନେଇ ଯେଉଁ ରିପୋର୍ଟେ ଦେଇଥିଲା ତାହା ଅତି ଗୁରୁତ୍ଵପୂର୍ଣ୍ଣ ଥିଲା । କାରଣ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଥିଲା କି, ବିମ ଓ ଛାତରେ ଫାଟ ରହିଛି । କାନ୍ଥ ବି ଓଦାଳିଆ ରହିଛି । ହେଲେ ଭିତର ରତ୍ନଭଣ୍ଡାର ମରାମତି ନକରାଯାଇ ବାହାର କାନ୍ଥରେ ଲେଜର ସ୍କାନିଂର ଅର୍ଥ କ'ଣ ? ୩୭ ପଏଣ୍ଟରେ ଲେଜର ସ୍କାନିଂ ହେଲେ ରତ୍ନଭଣ୍ଡାର କଣ ସୁରକ୍ଷିତ ହୋଇପାରିବ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପ୍ରତିକ୍ରିୟା ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ରାଜ୍ୟ ସରକାର । 

ସେପଟେ ଲେଜର ସ୍କାନିଂ ହେଲେ ଲାଭ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ଉତ୍ତର ନାହିଁ ବୋଲି ବରିଷ୍ଠ ଦଇତାପତି କହୁଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ରତ୍ନଭଣ୍ଡାରକୁ ନେଇ ଅନେକ ଦିନ ହେଲାଣି ବିବାଦ ରହିଛି । କେତେବେଳେ ଚାବି ହଜିଯିବାର କଥା ହେଉ କି ଏବେ ସାପର ଭୟ କଥା ହେଉ । ବାରମ୍ବାର ମିଛ କହି ପ୍ରସଙ୍ଗରୁ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ହେଲେ ମାମଲା ଯେବେ ଯାଇ ହାଇକୋର୍ଟରେ ପହଞ୍ଚିଲା ସେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବାକୁ କହିଲେ ସରକାର । ଯେଉଁଥିରୁ ସ୍ପଷ୍ଟ ହେଲା କି ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନଥିଲେ ସରକାର । ତେବେ ସମୟ କହିବ କେବେ ରତ୍ନଭଣ୍ଡାର ସୁରକ୍ଷା କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar | Argus English