Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ 

Odisha

ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ 

Manini Pattanayak
Browse all articles by Manini Pattanayak
·2 years ago
ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ 

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି ।

ସକାଳୁ ସକାଳୁ ପୁରୀରେ ଅସମ୍ଭାଳ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଆଜିଠୁ ନୂଆ ଏସି ସେଡରେ ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ବର୍ଷର ପ୍ରଥମ ଦିନରେ ଭୁବନେଶ୍ବର ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ଜମିଛି ଶ୍ରଦ୍ଧାଳୁଙ୍କୁ ଭିଡ଼ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakhs of devotees flock to Puri for New Year | Argus English