ଗାଡ଼ିର FASTag ପାଇଁ ଏବେ କରିବାକୁ ପଡ଼ିବ KYC ଅପଡେଟ୍, ଗଣିବେ ଜୋରିମାନା
·2 years ago

ଅର୍ଗସ ବ୍ୟୁରୋ: ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ନୂଆ ନିର୍ଦେଶାନାମା । ଗାଡ଼ିର FASTag ପାଇଁ ଏବେ କରିବାକୁ ପଡ଼ିବ KYC ଅପଡେଟ୍ । ନଚେତ ଦେବାକୁ ପଡ଼ିବ ଜୋରିମାନା । ଏନେଇ ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଜାନୁଆରୀ ୩୧ ହେଉଛି ଏହାର ଶେଷ ତାରିଖ । KYC ଅପଡେଟ ନଥିଲେ ବ୍ୟାଙ୍କକୁ ଯାଇ ଫାଷ୍ଟ ଟ୍ୟାଗର KYC ଅପଡେଟ୍ କରିବାକୁ ପଡ଼ିବ ।
ନଚେତ ବ୍ୟାଙ୍କ ପକ୍ଷରୁ FASTag ଗୁଡ଼ିକୁ କଳା ତାଲିକାଭୁକ୍ତ କରିଦିଆଯିବ । ଏକାଧିକ ଯାନ ପାଇଁ ଗୋଟିଏ FASTagର ବ୍ୟବହାର କିମ୍ବା ଏକ ନିର୍ଦ୍ଦିଷ୍ଟ ଯାନ ପାଇଁ ଏକାଧିକ FASTagର ସଂଯୋଗକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: