|
logo
Live

Argus News - କେବଳ ଖାତା କଲମ ଭିତରେ ଚାଲିଛି ବିକାଶ, ଲୋକେ ପାଉନାହାନ୍ତି ଯୋଜନା

Odisha

କେବଳ ଖାତା କଲମ ଭିତରେ ଚାଲିଛି ବିକାଶ, ଲୋକେ ପାଉନାହାନ୍ତି ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେବଳ ଖାତା କଲମ ଭିତରେ ଚାଲିଛି ବିକାଶ, ଲୋକେ ପାଉନାହାନ୍ତି ଯୋଜନା

ଅର୍ଗସ ବ୍ୟୁରୋ:  କେବଳ ଖାତା କଲମ ଭିତରେ ଚାଳିଛି ବିକାଶ । କିନ୍ତୁ ଗ୍ରାମାଞ୍ଚଳ ଲୋକେ ସେହିଁ ଯୋଜନା ପାଉ ନାହାନ୍ତି । ଆମେ କହୁଛୁ କୋରାପୁଟ ଲକ୍ଷ୍ମିପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତ କୁତୁକା ଝୋଲା ଗାଁ ର କଥା ।  ଗାଁକୁ ରାସ୍ତା କହିଲେ ସାତ ସ୍ବପ୍ନ । ପାହାଡ ଘଞ୍ଚ ଜଙ୍ଗଲ ଦେଇ ଯାତାୟାତ କରିଥାନ୍ତି । ବର୍ଷା ସମୟରେ ଜଙ୍ଗଳରୁ ବିଭିନ୍ନ ପଶୁପକ୍ଷୀ ବାହାରିଥାନ୍ତି ଯାହା ଫଳରେ ଯାତାୟାତ କରିବା ସମୟରେ  ଭୟଭିତ ହୁଅନ୍ତି ଗ୍ରାମବାସୀ ମାନେ ।

ଯେତେବେଳେ ନିର୍ବାଚନ ଆସେ ସେହି ସମୟରେ ନେତା ମାନେ ମାଳ ମାଳ ହୋଇ ଯାଆନ୍ତି ଗାଁକୁ ଆଉ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଗଲେ ଆଉ କାହାର ଦେଖା ମିଳେନି ।କୁତୁକା ଝୋଲା ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାଖକୁ ଦୋଉଡ଼ି ଦୋଉଡି ନୟାନ୍ତ ହେଲେଣି କିନ୍ତୁ ଏ ପର୍ଯ୍ୟନ୍ତ ଖଣ୍ତେ ପକା ରାସ୍ତା ହୋଇପାରିଲା ନାହିଁ ।  ଗର୍ବବତୀ ମହିଳାଙ୍କୁ ମୋଟର ସାଇକେଲରେ ବସେଇକି  ଅଣାଯାଏ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେବଳ ଖାତା କଲମ ଭିତରେ ଚାଲିଛି ବିକାଶ, ଲୋକେ ପାଉନାହାନ୍ତି ଯୋଜନା | Argus English