ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କୁନି ପ୍ରତିଭା

ଜଗତସିଂହପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କୁନି ପ୍ରତିଭା। ମାତ୍ର ୨ ବର୍ଷ ବୟସରେ ଅନର୍ଗଳ ଶ୍ଲୋକ କହି ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ ସ୍ତମ୍ଭୀତ। ଜଗତସିଂହପୁର କୁଜଙ୍ଗ କାଇଣ୍ଟଳ ଗାଁର ସ୍ମରିଧି ବିଶ୍ବାଳଙ୍କ ପ୍ରତିଭାକୁ ନେଇ ସବୁଠି ଚର୍ଚ୍ଚା। ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସହ ଇଂରାଜୀର ଆଲ୍ଫାବେଟ ସଵୁ କିଛି ନିଭୁର୍ଲ ଭାବେ କହିପାରୁଛି । ନିଜ ପ୍ରତିଭା ପାଇଁ ଆଜି ସେ ସମ୍ମାନିତ ହୋଇଛନ୍ତି । ବଡ଼ ବଡ଼ିଆଙ୍କୁ ବି ପଛରେ ପକାଇଛନ୍ତି କୁନି ଝିଅ ସ୍ମରିଧି । ଏବେ ସେ ଇଣ୍ଡିଆ ବୁକ ଅଫରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋରଡ ପଞ୍ଚାୟତ କାଇଣ୍ଟଳ ଗାଁର ସ୍ମରିଧି ଵିଶ୍ବାଳ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲା ଦିନୁ ହିଁ ସ୍ମରିଧିଙ୍କ ପ୍ରତିଭା ଜଣାପଡ଼ିଥିଲା । ବୟସ ତୁଳନାରେ ଅସାଧାରଣ ପ୍ରତିଭାର ସେ ଅଧିକାରୀ । ସ୍ମରଣ ଶକ୍ତି ଏତେ ପ୍ରଖର ଯେ ଗୋଟିଏ ଥରରେ ସବୁ କିଛି ମନେରଖିପାରେ । ସବୁ ପାଠକୁ ଥରେ ପଢ଼ିବା କ୍ଷଣି ସେ ମନେ ରଖିଥାଆନ୍ତି । ଯାହାଫଳରେ ଆଜି ତାଙ୍କୁ ମିଳିପାରିଛି ଏତେବଡ଼ ସଫଳତା ଯାହାକୁନେଇ ବେଶ୍ ଖୁସି ଅଛନ୍ତି ପରିବାର ଲୋକେ । ଛୋଟ ବୟସରେ ଦୁନିଆ ବିଷୟରେ ଜାଣିବାର ଇଚ୍ଛା । ଏହି ଶିଶୁକନ୍ୟା ଜଣକ ଛୋଟ ବୟସରେ ବି ଜ୍ଞାନ ଆହରଣ କରିବା ଜାରି ରଖିଥିବା ବେଳେ ଆଗକୁ ଅନେକ ରେକର୍ଡରେ ତାଙ୍କ ନାଁ ଆସିଵ ଵୋଲି ଆଶା ରଖିଛନ୍ତି ପିତାମାତା ।
ଅଧିକ ପଢନ୍ତୁ ଓଡ଼ିଶା ଖବର