|
logo
Live

Argus News - କୋଟପାଡ଼ରୁ କଲିକତା ବିଜ୍ଞାନ ବିଜୟ ଯାତ୍ରା

Odisha

କୋଟପାଡ଼ରୁ କଲିକତା ବିଜ୍ଞାନ ବିଜୟ ଯାତ୍ରା

Jitendra Dash
Browse all articles by Jitendra Dash
·2 years ago·1 min read
କୋଟପାଡ଼ରୁ କଲିକତା ବିଜ୍ଞାନ ବିଜୟ ଯାତ୍ରା

ଅର୍ଗସ ବ୍ୟୁରୋ : କୋଟପାଡ଼ରୁ କଲିକତା ବିଜ୍ଞାନ ବିଜୟ ଯାତ୍ରା । ନ୍ୟାସନାଲ କାଉନସିଲ୍ ଅଫ ସାଇନ୍ସ ମ୍ୟୁଜିୟମ୍ ତରଫରୁ ପୂର୍ବ ଭାରତ ସାଇନ୍ସ ଏବଂ ଇଞ୍ଜିନିୟରିଂ ଫେୟାରରେ ଓଡ଼ିଶାରୁ ଶ୍ରେଷ୍ଠ ପ୍ରୋଜେକ୍ଟ ଭାବେ ଚୟନିତ ହୋଇଥିବା କୋଟପାଡ଼ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଆଦିତ୍ୟ ବିଶ୍ୱାସ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ସଫଳତା ନିମନ୍ତେ ତାଙ୍କୁ  ବାନାର୍ଜୀ ମେମୋରିଆଲ ଟ୍ରଫି, ମାନପତ୍ର ଏବଂ ନ୍ୟାସନାଲ କାଉନସିଲ୍ ଅଫ ସାଇନ୍ସ ମ୍ୟୁଜିୟମ୍ ତରଫରୁ ପ୍ରତିମାସ ୫୦୦ ଟଙ୍କା ଛାତ୍ର ବୃତ୍ତି ରୂପେ ଦୁଇ ବର୍ଷ ମିଳିବ । ଏଥି ସହ ବିଦ୍ୟାଳୟକୁ ୫୦୦୦ ଟଙ୍କାର ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଟ୍ରଫି ଏବଂ ମାନପତ୍ର, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ବ୍ରହ୍ମଦତ୍ତ ମିଶ୍ରଙ୍କୁ ଶ୍ରେଷ୍ଠ ବ୍ୟକ୍ତିଗତ ମାର୍ଗଦର୍ଶକ ଶିକ୍ଷକ ପୁରସ୍କାର ସହ ୨୦୦୦ ଟଙ୍କାର ଅର୍ଥରାଶି ଏବଂ ମାନପତ୍ର ପୁରସ୍କାର ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କୋଟପାଡ଼ରୁ କଲିକତା ବିଜ୍ଞାନ ବିଜୟ ଯାତ୍ରା | Argus English