|
logo
Live

Argus News - ଫିଲ୍ମରେ ଓଡିଶାର ଅସ୍ତିତ୍ୱ ସମ୍ପୂର୍ଣ୍ଣ ଗୌଣ

Odisha

ଫିଲ୍ମରେ ଓଡିଶାର ଅସ୍ତିତ୍ୱ ସମ୍ପୂର୍ଣ୍ଣ ଗୌଣ

Smruti Parija
Browse all articles by Smruti Parija
·2 years ago·1 min read
ଫିଲ୍ମରେ ଓଡିଶାର ଅସ୍ତିତ୍ୱ ସମ୍ପୂର୍ଣ୍ଣ ଗୌଣ

କୋରାପୁଟ: ପୁଣି ଚର୍ଚ୍ଚାରେ କୋଟିଆ । ପୂର୍ବରୁ ଆନ୍ଧ୍ର ବାରମ୍ବାର କୋଟିଆକୁ ଯୋଜନାବଦ୍ଧ ଭାବେ ଅକ୍ତିଆର କରିବାକୁ ଅନୁପ୍ରବେଶ କରୁଥିଲା । ଏବେ ତେଲୁଗୁ ଫିଲ୍ମରେ ସ୍ଥାନ ପାଇଛି କୋଟିଆ ।  ଫିଲ୍ମ-ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ୍‌ରେ କୋଟିଆକୁ ନେଇ ଦେଖାଯାଇଛି ବିବାଦୀୟ ଦୃଶ୍ୟ । ଓଡ଼ିଶାର ଅସ୍ତିତ୍ବକୁ ଏଥିରେ ସଂପୂର୍ଣ୍ଣ ଗୌଣ କରାଯାଇଛି । ବିବାଦୀୟ ଭୂଖଣ୍ଡ କୋଟିଆକୁ ଏଥିରେ ଆନ୍ଧ୍ରର ବୋଲି ଦର୍ଶାଯାଇଛି । 

ସିନେମାର ଖଳନାୟକ ନିଶା ବ୍ୟବସାୟ ନିମନ୍ତେ ଏ ଅଞ୍ଚଳକୁ ଅକ୍ତିଆର କରି ଅଞ୍ଚଳବାସୀଙ୍କୁ ନିର୍ଯାତନା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ କୁହାଯାଇଛି କି, ଏ ଅଞ୍ଚଳ ସ୍ବାଧୀନତା ପୂର୍ବରୁ ଏ ଗାଁ ଓଡ଼ିଶାରେ ରହିଥିଲା । ଆଉ ସ୍ବାଧୀନତା ପରେ ଏହା ଆନ୍ଧ୍ର ଅଧିନକୁ ଆସିଗଲା । ତେଣୁ ବିବାଦ ହୋଇ ମାମଲା କୋର୍ଟରେ ରହିଛି । ସବୁଠୁ ବଡ଼ କଥା ହେଉଛି,  ଓଡ଼ିଶାର ଅସ୍ତିତ୍ବକୁ ଏଥିରେ ସଂପୂର୍ଣ୍ଣ ଗୌଣ କରାଯାଇଛି । ଯାହା ଚିନ୍ତାଜନକ । ଏସବୁ ସତ୍ତ୍ବେ ନିଦରେ ଶୋଇଛନ୍ତି ୨୪ ବର୍ଷର ସ୍ଥିର ବିଜେଡି-ଆଞ୍ଚଳିକ ଦଳର ସରକାର । ଭାଷା, ସୀମା, ସୁରକ୍ଷା ପ୍ରତି ନାହିଁ ଆନ୍ତରିକତା । କେବେ ଚେତିବେ ସରକାର, ତାହା ଏବେ ବଡ଼ ପ୍ରଶ୍ନ।

ଆହୁରି ପଢନ୍ତୁ  ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫିଲ୍ମରେ ଓଡିଶାର ଅସ୍ତିତ୍ୱ ସମ୍ପୂର୍ଣ୍ଣ ଗୌଣ | Argus English