ବର୍ଷେ ହେଲା ଟଙ୍କା ଦେଉନଥିଲେ, ନିଲାମ ପାଇଁ ହଟହଟା ହେବାପରେ ଟଙ୍କା ସୁଝିଲେ ସରକାର

ଅର୍ଗସ ବ୍ୟୁରୋ : କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସ୍ ସାମଗ୍ରୀ ନିଲାମ ସ୍ଥଗିତ । ବର୍ଷେ ହେଲା ଟଙ୍କା ଦେଉନଥିଲେ, ନିଲାମ ପାଇଁ ହଟହଟା ହେବାପରେ ଟଙ୍କା ସୁଝିଲେ ସରକାର । ଭୁବନେଶ୍ଵର ସିନିୟର୍ ଡିଭିଜନ ସିଭିଲ୍ ଜଜ୍ଙ୍କ ପାଖରେ ଟଙ୍କା ପୈଠ କଲେ ରାଜ୍ୟ ସରକାର । ୯ ତାଲା ନିର୍ମାଣ ସୌଧରେ ଥିବା କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ଟି କୋଠରୀ ନିଲାମ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ବର ସିନିୟର୍ ଡିଭିଜନ ସବ୍ ଜଜ୍ କୋର୍ଟ ।
ଅଧିକ ପଢନ୍ତୁ : ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ
ମୁଖ୍ୟଯନ୍ତ୍ରୀ ଦୁଃଖବନ୍ଧୁଙ୍କ କାର୍ଯ୍ୟାଳୟରେ କୋର୍ଟ କର୍ମଚାରୀ ପହଞ୍ଚି ଅଫିସରେ ଥିବା ଆସବାବପତ୍ରକୁ ସିଜ୍ କରିଥିଲେ । ୧୯୭୪ ମସିହାରେ ନ-ତାଲା ବିଲ୍ଡିଂ କାମ ହୋଇଥିଲା । ୧୯୮୨ ମସିହାରେ କୋର୍ଟ ଆର-ବି ଟେସନ୍ ଆୱାର୍ଡ ହୋଇଥିଲା । ଏହା ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ କୋର୍ଟରେ ହାରି ଥିଲେ ସରକାର ।
📱 Get Argus News App
✨
୨୦୨୨ ମସିହା ଏପ୍ରିଲ ୨୮ରେ construction Indiaର ଟଙ୍କା ନଶୁଝିଲେ କାର୍ଯ୍ୟାଳୟର ସମ୍ପତ୍ତି ନିଲାମ ହେବ ବୋଲି କହିଥିଲେ କୋର୍ଟ । ହେଲେ ଟଙ୍କା ଦେବା ପାଇଁ ସମୟ ମାଗି ସମୟ ଗଡେଇ ଚାଲିଥିଲେ ସରକାର । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ ନ କରିବାରୁ ଗତ ୯ ତାରିଖରେ ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।