ସୋନ୍ଦର୍ଯ୍ୟ ବିଗାଡ଼ୁଛି ବିଜେଡ଼ି ପତାକା, ପ୍ରଚାର ପ୍ରସାର ପରେ ଭୁଲି ଗଲେ ସ୍ଵଛତାର ଜ୍ଞାନ

ଅର୍ଗସ ବ୍ୟୁରୋ : ସୋନ୍ଦର୍ଯ୍ୟ ବିଗାଡ଼ୁଛି ବିଜେଡ଼ି ପତାକା । ଯୁଆଡ଼େ ଦେଖିବେ କେବଳ ମାଳମାଳ ପତାକା । କିଛି ଦିନ ପୂର୍ବରୁ ଜୟପୁର ସହରକୁ ପ୍ରଚାର ପ୍ରସାରରେ ଆସିଥିଲେ ୫ଟି ଅଧ୍ୟକ୍ଷ । ଗସ୍ତ ପୂର୍ବରୁ ମଞ୍ଚବନ୍ଧାଠାରୁ ଆରମ୍ଭ କରି ସହର ସାରା ବିଜେଡି ଦଳର ଝଣ୍ଡା ଲଗାଇବାରେ ମାତିଥିଲେ ମାଳମାଳ ବିଜେଡ଼ି କୁଜି ନେତା । ୫ଟି ଅଧ୍ୟକ୍ଷ ଆସିଲେ ନିର୍ବାଚନକୁ ଆଖି ଆଗରେ ରଖି ମାଳମାଳ ପ୍ରତିଶ୍ରୁତି ବି ଦେଲେ । ଆଉ ସଭାକାର୍ଯ୍ୟ ସାରି ଚାଲିଗଲେ । ହେଲେ ଏଯାଏଁ ସଭାସ୍ଥଳ ପରିଷ୍କାର ହେଲାନାହିଁ ।
ସଭା ସରିବାର ୧୧ ଦିନ ବିତିଗଳାଣି, ହେଲେ ସହରରେ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଡ଼ିଭାଇଡ଼ରେ ଲାଗିଥିବା ମାଳମାଳ ହୋର୍ଡିଙ୍ଗ ଓ ପତାକା ଏଯାଏଁ ହଟିଲା ନାହିଁ । ଏଠି ପ୍ରଶ୍ନ ଉଠୁଛି, ଯଦି ଯାତାୟତ ସମୟରେ ଦଳୀୟ ପତାକା କିମ୍ବା ହୋର୍ଡିଙ୍ଗ ଲାଗି ଦୁର୍ଘଟଣା ଘଟେ ? ସେଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ତ ? ଯଦି ଦୁର୍ଘଟଣାରେ କାହାର ଜୀବନ ଯାଏ ସେଥିପାଇଁ ଦାୟୀ ରହବେ ତ ? ନା ସବୁ ଜାଣି ବି କିଛି ନ ଜାଣିବା ଭଳି ରହିବେ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉକିଂ ମାରୁଛି ।
ସହର ମଝିରେ ବିକାଶକୁ ନେଇ ଲାଗିଛି କିଛି ପ୍ରଚାର ପ୍ରାସାର ଫଳକ । ଆଉ ସ୍ପଷ୍ଟ ଭାବରେ ଲେଖାଯାଇଛି କି ଜୟପୁରର ଦମୟନ୍ତୀ ସାଗରର ଉନ୍ନତୀକରଣ କିନ୍ତୁ ସବୁଠାରୁ ବଡକଥା ଜୟପୁର ସହରରେ ଦମୟନ୍ତୀ ସାଗର ହିଁ ନାହିଁ । ଏହି ଦମୟନ୍ତୀ ସାଗର ରହିଛି କୋରାପୁଟ ଜିଲ୍ଲା କୋଟପାଡରେ । ତେବେ ବିଜେଡି ନେତାଙ୍କ ଏମିତି କାରନାମା ପାଇଁ ଅସନ୍ତୋଷ ପ୍ରକାଶ କଲେଣି ବିରୋଧୀ । ଏମିତିକି ସହରରେ ଯଦି ଦୁର୍ଘଟଣା ଘଟେ ତାହାଲେ ଦାୟୀ କିଏ ରହିବ ବୋଲି ପଚାରିଲେନି ପ୍ରଶ୍ନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉତ୍ତର ଦେଉନାହାନ୍ତି ଶାସକ ଦଳର ନେତା ।