Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରାମଙ୍କ ୧୪ ବର୍ଷ ବନ ବାସ, ଏଇଠୁ ପିଇଥିଲେ ପାଣି

Odisha

ରାମଙ୍କ ୧୪ ବର୍ଷ ବନ ବାସ, ଏଇଠୁ ପିଇଥିଲେ ପାଣି

Smruti Parija
Browse all articles by Smruti Parija
·2 years ago·2 min read
ରାମଙ୍କ ୧୪ ବର୍ଷ ବନ ବାସ, ଏଇଠୁ ପିଇଥିଲେ ପାଣି

ବାଲେଶ୍ୱର:  ଆଉ ଦିନ କେଇଟା ପରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଭବ୍ୟ ମନ୍ଦିର ପାଇଁ ଭବ୍ୟ ଆୟୋଜନ କରାଯାଉଛି। ସେଥିପାଇଁ ଉତ୍ସବ ମୁଖର ଅଯୋଧ୍ୟା ନଗରୀ ସମେତ ସମଗ୍ର ଦେଶର ପୁରପଲି। ତେବେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ରହିଛି ଏକ ସ୍ଥାନ ଯାହାର ନାଁ ଅଯୋଧ୍ୟା । 

ମନ୍ଦିର ମାଳିନୀ ଗାଁ ନୀଳଗିରିର ଅଯୋଧ୍ୟା । ଏଠି ମାଟି ପାଣି ପବନରେ  ଅଛି ଐତିହ୍ୟ ଓ ପରମ୍ପରା । ବିଭିନ୍ନ ଧର୍ମାବଲମ୍ବୀଙ୍କ ମୂର୍ତ୍ତି ଆଜି ବି ଦେଖିବାକୁ ମିଳେ । ଯେଉଁଠି ମାଟି ଖୋଳିବେ ସେଠି ମିଳିବ ମୂର୍ତ୍ତି । ସେଥିପାଇଁ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଏକ ସଂଗ୍ରହାଳୟରେ ଖୋଲାଯାଇ ସଂଗୃହୀତ ମୂର୍ତ୍ତି ପର୍ଯ୍ୟଟକ ଓ ଗବେଷକ ପାଇଁ ରଖାଯାଇଛି ।  ବୌଦ୍ଧ, ଜୈନ, ଶୈବ ଓ ଶାକ୍ତ ଧର୍ମର ମୂର୍ତ୍ତି ଏଇଠୁ ମିଳିଛି । ଗାଁରେ ପୂଜା ପାଉଛନ୍ତି ମା' ମାରିଚି, ମଞ୍ଜୁଶ୍ରୀ, ଅବଲକେତଶ୍ୱର, ଉତ୍ତରେଶ୍ୱର, ରାମ ମନ୍ଦିର, ଦକ୍ଷିଣେଶ୍ୱର, ମଣି ନାଗେଶ୍ୱର, ବଟେଶ୍ୱର, ରାଧାକୃଷ୍ଣ ସହ ଅନେକ ଦେବାଦେବୀ ।  ପ୍ରଭୁ ରାମ ଓ ନୀଳଗିରିର ଅଯୋଧ୍ୟା ମଧ୍ୟରେ ରହିଛି ଅନେକ ସମ୍ପର୍କ ଯାହା ଲୋକ କଥାରୁ ସୂଚାଏ । 

ସେଥିପାଇଁ ଆସନ୍ତା ୨୨ ତାରିଖରେ ଖୁବ ଧୁମ ଧାମରେ ଏଠାରେ ରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳିତ ହେବ ବୋଲି ଏବେଠୁ ପ୍ରସ୍ତୁତ ହେଲେଣି ଅଯୋଧ୍ୟା ବାସୀ । ଯେମିତି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘରଘରା ନଦୀ ଏଠି ଘାଗରା ନଈ, ସେଠି ସରଜୁ ନଦୀ ଏଠି ସୋନ ନଦୀ, ସେଠି ସିନ୍ଧୁ ନଦୀ ଏଠି ସିନ୍ଧୁଆ ନଇ । ସେହିଭଳି ଅଯୋଧ୍ୟା ନଗରୀରେ ଯେଉଁଭଳି ନଅ ଗୋଟି ପ୍ରବେଶ ପଥ ରହିଛି ନୀଳଗିରି ଅଯୋଧ୍ୟାକୁ ମଧ୍ୟ ନଅ ଗୋଟି ପ୍ରବେଶ ପଥ ରହିଛି । ପୁରା ସମାନ ଅବସ୍ଥାରେ ପ୍ରଭାବିତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେବି ଲୋକ ବିଶ୍ୱାସ କରନ୍ତି ଯେତେବେଳେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ୧୪ ବର୍ଷ ବନ ବାସରେ ଥିଲେ ସେତେବେଳେ ବାଲେଶ୍ଵର ଜିଲ୍ଲା ରେମୁଣା ଠାରେ ମାତା ସୀତାଙ୍କୁ ଶୋଷ ଲାଗିଥିଲା । ଏବଂ ସଙ୍ଗେ ସଙ୍ଗେ ଅନୁଜ ଲକ୍ଷ୍ମଣ ଭୂମିରେ ସର ମାରି ଜଳ ଉତ୍ପନ୍ନ କରିଥିଲେ । ଆଉ ଏବେ ସେହି ଜଳରାଶି ସପ୍ତସରା ନଦୀ ଭାବେ ପ୍ରଭାବିତ ହୋଇଛି । ଶ୍ରୀରାମ ଚନ୍ଦ୍ର କାଳେ ଏହି ଅଯୋଧ୍ୟା ଦେଇ ଯାଇଥିବା କୁହାଯାଉଛି । ସେହି ଦୃଷ୍ଟିରୁ ଏହାର ନାମ ଅଯୋଧ୍ୟା  ନାମକରଣ କରାଯାଇଛି ବୋଲି ଲୋକେ କରୁଛନ୍ତି । 

ଏହି ଅଯୋଧ୍ୟାକୁ ପୂର୍ବରୁ ମନ୍ଦିର ମାଳିନୀ ନଗରୀ ବୋଲି କୁହାଯାଏ । ବୌଦ୍ଧ ଧର୍ମର ମଞ୍ଜୁଶ୍ରୀ ବିଦ୍ୟାଦାତା ଓ ମା ତାରା ବିଦ୍ୟାଦାତ୍ରୀ ହୋଇଥିବାରୁ ମା' ଙ୍କ ଉପସ୍ଥିତ ପାଇଁ ଏହାକୁ ମଧ୍ୟ ବିଦ୍ୟାନଗରୀ କୁହାଯାଏ । ସେଥିପାଇଁ ଏଠାରେ ଶିଖିତଙ୍କ ସଂଖ୍ୟା ଅନେକ । ଏଠାରେ ଚୋରି ହୋଇଥିବା ଚତୁର୍ଭୁଜା ମା' ବଜ୍ର ବାରାହୀ ଓ ଦଶ ଭୁଜା ବଜ୍ର ତାରାଙ୍କ ମୂର୍ତ୍ତିକୁ ଫେରିପାଇବାକୁ ଲୋକେ ବ୍ୟାକୁଳ। ବିଦେଶରେ ମଧ୍ୟ ଦୁଇ ମାଙ୍କୁ ପୂଜା କରାଯାଏ । ପୃଥିବୀର ସବୁଠାରୁ ବଡ଼ ଗ୍ରାନାଇଟରେ ନିର୍ମିତ ମୂର୍ତ୍ତି ହୋଇଛି ଏହିସବୁ ମୂର୍ତ୍ତି । ଏହି ମା' ଦଳାଇଲମାଙ୍କ ଅଧିଷ୍ଠାତ୍ରୀ ଦେବୀ ବୋଲି କହିଛନ୍ତି ଅଞ୍ଚଳବାସୀ । ଦୁଇ ମୂର୍ତ୍ତି ଫେରିପାଇଲେ ଅଯୋଧ୍ୟା ବିପାବଳୀ ପାଳନ ହେବ ସହ ଖିସିର ଲହରୀ ଖେଳିଯିବ ବୋଲି ଆଶା ରଖିଛନ୍ତି।

ଏଠାରେ ପୂଜା ପାଉଥିବା ପ୍ରଭୁ ରାମ, ମାତା  ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କୁ ବହୁତ ବିଶ୍ୱାସ କରନ୍ତି । ଆଗକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଥିବାରୁ ଏଠାରେ ମଧ୍ୟ ଉତ୍ସବ ପାଳନ କରିବାକୁ ଲୋକେ ପ୍ରସ୍ତୁତ ହେଲେଣି ।
 

Argus Whatsapp Channel Mobile Top
Sponsored
know-about-the-village-of-nilagiri-ayodhya- | Argus English