ଦାଶିଆ ବାଉରୀ ପୀଠ, ଯେଉଁଠି ଭୋଗ ଜାଉ ଓ ଶାଗ ପ୍ରସାଦ ପାଇବା ପାଇଁ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ

ପିପିଲି: ଦାଶିଆ ବାଉରୀ । ଏମିତି ଶ୍ରଦ୍ଧାରେ ସେ ବଢେଇ ଦେଇଥିଲେ ନଡିଆ । ଯାହାକୁ ଖୁବ ଶ୍ରଦ୍ଧାରେ ନେଇଥିଲେ ସ୍ୱୟଂ ଜଗତର ନାଥ ଶ୍ରୀଜଗନ୍ନାଥ । ଇତିହାସ କୁହେ ଯେ ଭକ୍ତ ଦାସିଆ ହିଁ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ । ପିପିଲି ତେଇସପୁର ପଞ୍ଚାୟତ ବାଲିଗାଁରେ ଅବସ୍ଥିତ ଭକ୍ତ ଦାସିଆ ପୀଠ । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସେହି ତୁଳସୀ ବଟିକା ହେଉ ଅବା ଗୋଠ ଗାଡ଼ିଆ ହେଉ ମଠର ସେହି ଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହ ହେଉ ଅବା ଦାସିଆଙ୍କ ସମାଧି ପୀଠ ହେଉ, ସବୁ ଯେମିତି ଆଜି ବି ସେହି ଦିନର ପୁରୁଣା କଥାକୁ ଆଜି ବି ଉଜ୍ଜୀବିତ କରି ରଖିଛି ।
ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ଶ୍ରୀଜଗନ୍ନାଥଙ୍କ ସୁଉଚ ଆକର୍ଷଣୀୟ ମନ୍ଦିର ସହିତ ଗରୁଡ଼ ସ୍ତମ୍ଭ , ଶ୍ରୀ ମହାଲକ୍ଷ୍ମୀ ମନ୍ଦିର, ଶ୍ରୀ ବିମଳା ମନ୍ଦିର, ଶ୍ରୀଗଣେଶ ମନ୍ଦିର ସମେତ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିର ବେଢ଼ା ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ବର୍ଷ ତମାମ ଏଠି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥାଏ । ତାଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଆଗାଢ଼ ବିଶ୍ୱାସ ହୃଦୟଭରା ଭକ୍ତି ଯୋଗୁଁ ହିଁ ଶ୍ରୀଜଗନ୍ନାଥ ତାଙ୍କୁ ଦର୍ଶନ ଦେବା ପାଇଁ ତାଙ୍କ ପାଖକୁ ଆସିଥିଲେ । ଯାହାକି ସେ ପଞ୍ଚଶଖାଙ୍କୁ ଗୋଠ ଗାଡ଼ିଆରେ ଦର୍ଶନ କରାଇ ପାରିଥିଲେ ।
ପଞ୍ଚଦଶ ଶତାବ୍ଦୀରୁ ଏହି ଦାସିଆ ପୀଠରେ ଜାଉ ଓ ଶାଗ ଭୋଗ ହେବା ପରମ୍ପରା ସେହି ଦିନରୁ ଚଳି ଆସୁଛି । ଶ୍ରୀମନ୍ଦିର ଭଳି ଏଠି ମଧ୍ୟ ସବୁ ଦିନ ପ୍ରସାଦର ବ୍ୟବସ୍ଥା ରହିଥିଲା ବେଳେ ଆଜିର ଦିନରେ ଜାଉ ଓ ଶାଗ ଭୋଗ ହେଉଛି ମୁଖ୍ୟ ଭୋଗ । ବହୁ ଦୂର ଦୁରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି କେବଳ ଆଜିର ମୁଖ୍ୟ ଭୋଗ ଜାଉ ଓ ଶାଗ ପ୍ରସାଦ ପାଇବା ପାଇଁ ।
📱 Get Argus News App
✨ନିକଟରେ ଦାସିଆ ବାଉରୀଙ୍କ ଜନ୍ମ ତିଥି ଖୁବ ଧମଧାମ୍ ରେ ପାଳିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଶିରୋମଣିଙ୍କ ଦର୍ଶନ କରିବା ସହ ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ଦର୍ଶନ କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।