Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଦ୍ୟାଳୟରେ ତାଲା, ରାସ୍ତା ଅବରୋଧ କରି ଧାରଣାରେ ଛାତ୍ରଛାତ୍ରୀ

Odisha

ବିଦ୍ୟାଳୟରେ ତାଲା, ରାସ୍ତା ଅବରୋଧ କରି ଧାରଣାରେ ଛାତ୍ରଛାତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ବିଦ୍ୟାଳୟରେ ତାଲା, ରାସ୍ତା ଅବରୋଧ କରି ଧାରଣାରେ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ପଦାରେ ପଡିଲା ରାଜ୍ୟ ସରକାରଙ୍କ 5T ଯୋଜନା । ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଉପରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଛଣଗିରିରେ । ଛଣଗିରି ଉଚ୍ଚବିଦ୍ୟାଳୟର ୧ ମ ଓ ୧୦ମ ଶ୍ରେଣୀର ୪୫୫ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନାହାନ୍ତି । 

ବିଦ୍ୟାଳୟରେ ୧୯ଜଣ ଶିକ୍ଷକ ନିଯୁକ୍ତି ପାଇବାକଥା । ହେଲେ ୧୧ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଖେଳ ଶିକ୍ଷକ, ବିଜ୍ଞାନ ଶିକ୍ଷକ ୧ ଓ ଇଂରାଜୀ ଜଣେ, କ୍ଲର୍କ ପଦବୀ ୧ ଦୀର୍ଘ ୮ବର୍ଷ ହେବ ଖାଲି ପଡିଛି । ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ  । ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଅଛି । ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଫାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । 
ଛାତ୍ରଛାତ୍ରୀମାନେ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷକ ପଦ ପୂରଣ ପାଇଁ ଏସ୍ଏମସି କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ବ୍ଲକ  ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଦାବି ପୂରଣ ହୋଇନାହିଁ । 

ଏନେଇ ସ୍ଥାନୀୟ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ନୂଆ ଜଗନ୍ନାଥ ସଡକ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବସି ଆନ୍ଦୋଳନ ଓ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ଟାଙ୍ଗି ବ୍ଲକ ଶିକ୍ଷାବିଭାଗର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Khurda District Tangi Block Changiri Gram Panchayat Government High School-student-on-protest | Argus English