Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଲିସ କବଜ୍ଜାରେ ଗଞ୍ଜେଇ ବେପାରୀ, ୬ ବେପାରୀଙ୍କ ମଧ୍ୟରେ ୪ ଯୁବକ ଥିବା ବେଳେ ଦୁଇ ମହିଳା

Odisha

ପୋଲିସ କବଜ୍ଜାରେ ଗଞ୍ଜେଇ ବେପାରୀ, ୬ ବେପାରୀଙ୍କ ମଧ୍ୟରେ ୪ ଯୁବକ ଥିବା ବେଳେ ଦୁଇ ମହିଳା

Jitendra Dash
Browse all articles by Jitendra Dash
·2 years ago·2 min read
ପୋଲିସ କବଜ୍ଜାରେ ଗଞ୍ଜେଇ ବେପାରୀ, ୬ ବେପାରୀଙ୍କ ମଧ୍ୟରେ ୪ ଯୁବକ ଥିବା ବେଳେ ଦୁଇ ମହିଳା

ଅର୍ଗସ ବ୍ୟୁରୋ : ଧରାପଡିଲେ ୬ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ଏହି ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ୪ ଯୁବକ ଥିବା ବେଳେ ଜଣେ ମହିଳା ଓ ଜଣେ ଯୁବତୀ ଅଛନ୍ତି ।  ଏକ ଦାମି କାର୍ ଗାଡ଼ିରେ ଗଞ୍ଜାମରୁ ଭୁବନେଶ୍ୱର ଚାଲାଣ ହେଉଥିଲା ୫୩କେଜି ଗଞ୍ଜେଇ । ଧରାପଡିଥିବା ଅଭିଯୁକ୍ତ/ଅଭିଯୁକ୍ତାଙ୍କ ଠାରୁ ମୋବାଇଲ ଫୋନ୍ ସହିତ ନଗଦ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ଜବତ କରିଛି ଟାଙ୍ଗୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ପକ୍ଷରୁ ୧୬ ନଂ ଜାତୀୟ ରାଜପଥରେ ଚଣ୍ଡେଶ୍ୱର ଛକରେ ଚେକିଂ-ବ୍ଲକିଂ ଚାଲିଥିବା ବେଳେ ଧରାପଡିଲେ ଏହି ଆନ୍ତଃ ଗଞ୍ଜେଇ ବେପାରୀ । 

ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି SDPO ଅନିଲ କୁମାର ମହାନ୍ତି ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତ/ଅଭିଯୁକ୍ତାମାନେ ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗଞ୍ଜାମ ଜିଲ୍ଲା ଦିଗରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଦାମି କାରକୁ ଟାଙ୍ଗୀ ପୋଲିସ ପକ୍ଷରୁ ତା'ର କାଗଜପତ୍ର ତନଖି ବେଳେ ଏହି ଗଞ୍ଜେଇ ବେପାରୀ ମାନେ ରଚନା କରିଥିଲେ ନୂଆ ନାଟକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ନାଟକ ଥିଲା ଯେ ମହିଳା ଜଣକ ଶାରୀରିକ ଅସୁସ୍ଥ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ତେଣୁ କାରରେ ରୋଗି ଥିବା ଯୋଗୁଁ ଶୀଘ୍ର ଖସି ପଳାଇବା ପାଇଁ କିଛି ନକଲି କାଗଜପତ୍ର ଦେଖାଇଥିଲେ ମାତ୍ର ଟାଙ୍ଗୀ ପୋଲିସର କିଛି ସନ୍ଦେହ ହୋଇଥିଲା , ଆଉ ତା'ପରେ ସବୁ ମିଛ ନାଟକ ପରିବେଷଣ ଧରାପଡି ଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋସେଇଁ-ନୂଆଗାଁ ଗ୍ରାମର ମହିଳା ଅନିତା ପଣ୍ଡା,  ବେଗୁନିଆପଡା ଗ୍ରାମର ଶଙ୍କର ପ୍ରଧାନ ଓ ନାରାୟଣ ସାହୁ , ଉତ୍ତମ ସାହୁ, ଖଲିକୋଟ ଥାନା କୈରାସି ଗ୍ରାମର ଅଜୟ ସାହୁ, ବୁଗୁଡା ଥାନା ଗୋଲିଆ ଗ୍ରାମର ଯୁବତୀ ପିଙ୍କୁ ପ୍ରଧାନ । 

Sponsored
Khordha Ganja Smuggling | Argus English