|
logo
Live

Argus News - ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍

Odisha

ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍

Manini Pattanayak
Browse all articles by Manini Pattanayak
·2 years ago·1 min read
ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍

ଭୁବନେଶ୍ୱର: ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ କଟକରୁ ଆଜି ଉଠାଇ ଆଣିଥିଲା ପୋଲିସ୍ । ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଆକ୍ରମଣ କରିଥିଲେ। ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳି କରିଥିଲେ। ପୁଣି ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଥିଲେ ଟୁଟୁ।

ଭୁବନେଶ୍ଵରର ଏକ ସିନେମା ହଲ୍‌କୁ ନ୍ୟୁଜ୍ ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା। ପାଖକୁ ଆସି ହଠାତ୍ ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷା ପ୍ରୟୋଗ କରିଥିଲେ। ବୁମ୍ ଉଠାଇଥିବା ବେଳେ ପୁଣି ସାମ୍ବାଦିକାଙ୍କୁ ପିଠିକୁ ଜୋର୍‌ରେ ପିଟିଲେ। ଟୁଟୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା। ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ମାନସିକ ଆଘାତ ପାଇବା ସହ ନିଜକୁ ଅସୁରକ୍ଷିତ ମଣୁଛି କହିଥିଲେ ସାମ୍ବାଦିକା। ଟୁଟୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକାଙ୍କ ଦାବି ହୋଇଥିଲା।  
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍ | Argus English