Videos
|
Odisha

ଖୋଲିଲା କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନମଣ୍ଡି ହେଲେ ପ୍ରଥମରୁ ଅବ୍ୟବସ୍ଥା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଖୋଲିଲା କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନମଣ୍ଡି ହେଲେ ପ୍ରଥମରୁ ଅବ୍ୟବସ୍ଥା 

କଳାହାଣ୍ଡି: ବିଲମ୍ବରେ ଖୋଲିଲା ମୁଖିଗୁଡା ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ମଣ୍ଡି। ମରୁଡି ସହି ସ୍ବଳ୍ପ ପରିମାଣର ଅମଳ ହୋଇଥିବା ବେଳେ କମ ଦିନରେ ଅମଳ ସରିଯାଇଥିଲା। ମେଘୁଆ ପାଗ ପାଇଁ ଚିନ୍ତାରେ ଥିଲେ ଚାଷୀ। ଅନ୍ୟପଟେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି ହେଉଥିଲା। କିନ୍ତୁ ମଣ୍ଡି ଖୋଲିନଥିଲା, ଯାହାର ଫାଇଦା ନେଇ ଦଲାଲ କମଦରରେ ଧାନକିଣି ଛତିଶଗଡ କୁ ଚାଲାଣ କରୁଥିଲେ।୨୯ ତାରିଖ ମଣ୍ଡି ଖୋଲିବା ପରେ ମଧ୍ୟ ଅବ୍ୟବସ୍ଥା ସାମ୍ନା କୁ ଆସିଥିଲା।

କଟନି ଛଟନି ନାଁ ରେ ୫ରୁ ୧୦ କେଜି ପ୍ରତି କ୍ଵିଣ୍ଟାଲ ରେ ଅନୁମାନ କରି କାଟୁଛନ୍ତି। ନ ହେଲେ ଧାନ ଉଠେଇବା ପାଇଁ ମନାକରୁଛନ୍ତି, ଟୋକେନ ନୁହେଁ ମିଲର୍ସ ଙ୍କ ଇଚ୍ଛା ଅନୁସାରେ ଧାନ ବିକ୍ରି ହେଉଛି। ସମବାୟ ସମିତି ଧାନ କିଣି ମିଲର୍ସ କୁ ଦେବା ବଦଳରେ ମିଲର୍ସ ଏଜେଣ୍ଡ ଚାଷୀ ଙ୍କୁ ଶୋଷଣ କରୁଛନ୍ତି। ମଣ୍ଡି ମାନଙ୍କରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଆରଏମସି କୁ କୋଟି କୋଟି ଟଙ୍କା ଆସୁଛି ହେଲେ ଚାଷୀଙ୍କ ପାଇଁ ବ୍ୟବସ୍ଥା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଚାଷୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kharif Dhanmandi in Kalahandi district has been disturbed since the beginning | Argus English