|
logo
Live

Argus News - ଅହିଂସା ସୂତାରେ ଖଣ୍ଡୁଆ ପାଟ, ପନ୍ଧିବେ ପ୍ରଭୁ ଶ୍ରୀରାମ

Odisha

ଅହିଂସା ସୂତାରେ ଖଣ୍ଡୁଆ ପାଟ, ପନ୍ଧିବେ ପ୍ରଭୁ ଶ୍ରୀରାମ

Smruti Parija
Browse all articles by Smruti Parija
·2 years ago·2 min read
ଅହିଂସା ସୂତାରେ ଖଣ୍ଡୁଆ ପାଟ, ପନ୍ଧିବେ ପ୍ରଭୁ ଶ୍ରୀରାମ

କଟକ: ଜୟ ଶ୍ରୀରାମ ନାରାରେ ଫାଟି ପଡୁଛି ଗାଁ ଦାଣ୍ଡ । ଗେରୁଆ ମୟ ପୁରା ଗାଁ । ବାଜା ବାଜୁଛି...ଝାଞ୍ଜ ବାଜୁଛି । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଏ ହେୁଛି ଖଣ୍ଡୁଆ ପ୍ରସିଦ୍ଧ ଗ୍ରାମ ନୂଆପାଟଣା । ଯେଉଁଠୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ଯାଉଛି ଖଣ୍ଡୁଆପାଟ ।  ଅହିଂସା ଖଣ୍ଡୁଆପାଟ ଶ୍ରୀଅଙ୍ଗ ବସ୍ତ୍ର ପ୍ରଭୁ ଶ୍ରୀରାମ ଲାଲାଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି ଖଣ୍ଡୁଆ କାରିଗର ।  

ପାଞ୍ଚଶହ ବର୍ଷର ଅପେକ୍ଷା । ଅଦାଲତି ଲଢେଇ । ଅନେକ ବାଦବିବାଦ ପରେ ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ଆସନ୍ତା ୨୨ରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହା ପରଦିନ କଟକ ଜିଲ୍ଲା ତିଗିରିଆ ବ୍ଳକ ଅନ୍ତର୍ଗତ ନୂଆପାଟଣାର ଖଣ୍ଡୁଆ ପାଟ ବସ୍ତ୍ରକୁ  ପରିଧାନ କରିବେ ପ୍ରଭୁ ରାମ ଲାଲା । ଏ ନେଇ ବୁଣାକାରମାନେ ଅହିଂସା ଖଣ୍ଡୁଆ ପାଟ ସୂତାରେ ପ୍ରସ୍ତୁତ ଅଙ୍ଗବସ୍ତ୍ର ଓ ଉତ୍ତରୀୟ ବୁଣା ଶେଷ କରିଛନ୍ତି । ଉକ୍ତ ବସ୍ତ୍ରକୁ ନେଇ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହେଉଛି । 

ନୂଆପାଟଣା ସ୍ଥିତ ନଂ ୧ ବୁଣାକାର ତନ୍ତୁବାୟ ସମିତିର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବାନ୍ଧକଳା କାରିଗର ଅର୍ଜ୍ଜନ ପାଳଙ୍କ ସହଯୋଗୀମାନଙ୍କ ପକ୍ଷରୁ ବାଳକ ରାମଲାଲଙ୍କ ପାଇଁ ଗୀତଗୋବିନ୍ଦ ଲେଖା ଥିବା  ୫ ହାତ ଲମ୍ବର ଅଙ୍ଗବସ୍ତ୍ର ଓ ୩ ହାତ ଲମ୍ବର ଉତ୍ତରୀୟ ବୁଣା ଯାଇଛି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ନୂଆପାଟଣା ନଂ.୧ ବୁଣାକାର ସମିତିର ଯୋଗାଯୋଗ ପରେ ଉକ୍ତ ବସ୍ତ୍ର ନିର୍ମାଣ ଆରମ୍ଭ ହୋଇଥିଲା । ସେହି ବସ୍ତ୍ରକୁ ନୂଆପାଟଣା ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବୁଣାକାର ପରିବାରଙ୍କ ପ୍ରତିନିଧିଙ୍କ ଦ୍ଵାରା  ଅଯୋଧ୍ୟା ଅଭିମୁଖେ ପ୍ରେରିତ କରାଯିବାର ବ୍ୟବସ୍ଥା କରାଯାଇଛି । ଉକ୍ତ ବସ୍ତ୍ର ୧୯ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ କମିଟି ନିକଟରେ ପହଞ୍ଚିବ ।୨୩ ତାରିଖରେ ରାମଲାଲ ଏହାକୁ ପରିଧାନ କରିବେ । ସତରେ ଆଠୁ ବଳି ବଡ କଥା ବା ଆଉ କଣ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ଅହିଂସା ସୂତାରେ ଖଣ୍ଡୁଆ ପାଟ, ପନ୍ଧିବେ ପ୍ରଭୁ ଶ୍ରୀରାମ | Argus English