ଗାଁରେ ପଶୁଛି ଘରଦ୍ବାର ଭାଙ୍ଗୁଛି ଦନ୍ତା

ଅର୍ଗସ ବ୍ୟୁରୋ : ପୁଣି କେନ୍ଦୁଝର ଜିଲ୍ଲାରେ ହାତୀ ଆତଙ୍କ । ଗତ କାଲି ସକାଳୁ ସକାଳୁ ହାଟଡିହି ବ୍ଲକର ବିଭିନ୍ନ ଗାଁରେ ପସି ଆତଙ୍କ ରଚିଛନ୍ତି ଗୋଠଛଡ଼ା ଦନ୍ତା ହାତୀ । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିସାରିବା ପରେ ଏବେ ଭଦ୍ରକ ଜିଲ୍ଲାକୁ ପ୍ରବେଶ କରଥିଲେ । ଗାଁର ସମସ୍ତ ଲୋକ ଭୟଭୀତ ହୋଇପଡିଥିବା ବେଳେ ତାଟି କବାଟ ପଡିଛି । ହାତୀ ଘରଦ୍ୱାର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସିଥିବା କୁହାଯାଉଚି । ସେପଟେ କ୍ଷତି ସହିଥିବା ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ହଦଗଡ଼ ରେଞ୍ଜର କହିଛନ୍ତି ।
ଗୁରୁବାର ସକାଳୁ ସକାଳୁ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟରୁ ଏକ ହାତୀ ପ୍ରଥମେ ବାହାରି ଆସିଥିଲା । ହାଟଡିହି ବ୍ଲକ କଳିଗାଁ ପରେ ଅଁରା ସରଳା, ଗାଁରେ ପହଞ୍ଚି ଦିନ ଦିପହରରେ ହାତୀ ପଶି ବୁଲୁଥିବାର ଦୃଶ୍ୟ ସମାନାକୁ ଆସିଥିଲା । ପରେ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସୋଲପରାରେ ପ୍ରବେଶ କରିଥିଲା ।
📱 Get Argus News App
✨ଗାଁରେ ପସି ଅମଳ ଫସଲ ମଧ୍ୟ ନଷ୍ଟ କରିବାରେ ଲାଗିଛି ଦନ୍ତା । ଅମଳ ଫସଲ ନଷ୍ଟ ହେଉଥିବାରୁ ଗାଁର ଲୋକମାନେ ମିଶି ହାତୀକୁ ଘଉଡାଇବାରେ ଲାଗିଛନ୍ତି । ସେପଟେ ଖବର ପାଇ ହଡଗଡ ଏବଂ ଭଦ୍ରକ ଏବଂ ଧାମନଗର ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ପୋଲିସ ଲୋକମାନଙ୍କୁ ସଚେତନ କରୁଛି । ଗାଁରେ ହାତୀ ପଶି ଯାଉଥିବାରୁ ଗାଁର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଦେଖିବାକୁ ବାକି ରହିଲା ହାତୀ ପଲ ଗୋଢେଇବାରେ ବନ ବିଭାଗ କେତେ ସଫଳତା ମିଳୁଛି ।