Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେତୃତ୍ବ ଶୂନ୍ୟ ପଟ୍ଟାମୁଣ୍ଡାଇ, ଯାହା ଏବେ ଅବହେଳିତ

Odisha

ନେତୃତ୍ବ ଶୂନ୍ୟ ପଟ୍ଟାମୁଣ୍ଡାଇ, ଯାହା ଏବେ ଅବହେଳିତ

Jitendra Dash
Browse all articles by Jitendra Dash
·2 years ago·2 min read
ନେତୃତ୍ବ ଶୂନ୍ୟ ପଟ୍ଟାମୁଣ୍ଡାଇ, ଯାହା ଏବେ ଅବହେଳିତ

ଅର୍ଗସ ବ୍ୟୁରୋ : ନେତୃତ୍ବ ଶୂନ୍ୟ ପଟ୍ଟାମୁଣ୍ଡାଇ । ଏକଦା ଓଡିଶା ରାଜନୈତିକ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା ସର୍ବପୁରାତନ ପଟ୍ଟାମୁଣ୍ଡାଇ । ଯାହା ଏବେ ଅବହେଳିତ । ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ନୂତନ କରି ତିଆରି ହୋଇଥିଲା ରାଜନଗର ନିର୍ବାଚନ ମଣ୍ଡଳୀ । ରାଜନଗର ନିର୍ବାଚନ ମଣ୍ଡଳୀ ହେବା ଦିନଠାରୁ ଅଧିକାଂଶ ନିର୍ବାଚିତ ପ୍ରତିନିଧି ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇର ବିକାଶରେ ବ୍ରେକ ଲାଗିଛି ବୋଲି ସାଧାରଣ ମହଲରେ ଏବେ ଚର୍ଚ୍ଚା ହେବାର ଲାଗିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ୨୦୦୯ ସାଧାରଣ ନିର୍ବାଚନରେ ସ୍ଵର୍ଗତ ନଳିନୀକାନ୍ତ ମହାନ୍ତିଙ୍କୁ ପରାସ୍ତକରି ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବନେତା ଡ.ଅଲେଖ କୁମାର ଜେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜନ ସାଧାରଣଙ୍କ ମନରେ ଥିବା ନିର୍ବାଚନ ମଣ୍ଡଳୀ ଉଚ୍ଛେଦର ଯନ୍ତ୍ରଣା କିଛି ମାତ୍ରାରେ ଉପଶମ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୪ସାଧାରଣ ନିର୍ବାଚନରେ ଧୃବ ସାହୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥ ରାଜନଗର ଅଞ୍ଚଳର ହୋଇଥିବା ବେଳେ ପଟ୍ଟାମୁଣ୍ଡାଇକୁ ନେତୃତ୍ଵ ମିଳିନଥିଲା । ଯାହା ଫଳରେ ପଟ୍ଟାମୁଣ୍ଡାଇକୁ ଅବହଳିତ ହେବାକୁ ପଡ଼ିଥିଲା ।

୨୦୧୯ ସାଧାରଣ ନିର୍ବାଚନରେ ପୁନର୍ବାର ବିଜେଡି ପ୍ରାର୍ଥୀଭାବେ ଧୃବ ସାହୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ପ୍ରତିଦ୍ବନ୍ଦୀତା କରୁଥିବା ବିଜେପି ପ୍ରାର୍ଥୀ ଡ. ଅଲେଖ ଜେନାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ମୋଟା ମୋଟି ଭାବେ ଦଶନ୍ଦିଧରି ରାଜନଗର ଅଞ୍ଚଳର ନେତାଙ୍କ ହାତରେ ପଟ୍ଟାମୁଣ୍ଡାଇର ନେତୃତ୍ବ ରହିଆସିଥିବା ବେଳେ, ପଟ୍ଟାମୁଣ୍ଡାଇର ବିକାଶ ଓ ଭାଗ୍ୟ ନିର୍ଦ୍ଧାରଣର ଦାଇତ୍ଵ ରାଜନଗର ନେତୃତ୍ଵ ହାତରେ ରହିଆସିଛି । ପଟ୍ଟାମୁଣ୍ଡାଇ ଅନେକ ସମୟରେ ଅବହେଳିତ ହୋଉଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇର ନେତା ମାନେ ପଟ୍ଟାମୁଣ୍ଡାଇର ସ୍ୱାଭିମାନ ଫେରେଇ ଆଣିବାକୁ ଅଣ୍ଟା ଭିଡ଼ିଲେଣି ବୋଲି ଚର୍ଚ୍ଚା ହେଉଛି । 

Sponsored
kendrapara pattamundai political issues | Argus English