|
logo
Live

Argus News - ଶହଶହ କେଶର ଫୁଲ ଫୁଟାଇଛନ୍ତି ସୁଜାତା  

Odisha

ଶହଶହ କେଶର ଫୁଲ ଫୁଟାଇଛନ୍ତି ସୁଜାତା  

Manini Pattanayak
Browse all articles by Manini Pattanayak
·2 years ago·2 min read
ଶହଶହ କେଶର ଫୁଲ ଫୁଟାଇଛନ୍ତି ସୁଜାତା  

ଝାରସୁଗୁଡ଼ା: କାଶ୍ମୀରୀ କେଶର ଝାରସୁଗୁଡ଼ା ମାଟିରେ  । କଥା ଟି ବିଶ୍ୱାସ ହେଉ ନଥିଲେ ହେଁ ସତ l ମାଇନସ ଡିଗ୍ରୀ ତାପମାତ୍ରରେ ଭାରତର କେବଳ କାଶ୍ମୀରl ଏହି ମୋଗ୍ରା କେଶରକୁ ଚାଷ କରାଯାଇଥାଏ।  କିନ୍ତୁ  ଝାରସୁଗୁଡା ଭଳି ଉତ୍ତପ୍ତ ସହରରେ ଏପରି ଏକ ଚାଷ ଅବିଶ୍ୱସନୀୟ।  ହେଲା ଏହା କରିଦେଖାଇଛନ୍ତି  ଝାରସୁଗୁଡା ମଙ୍ଗଳବଜାରର ସୁଜାତା ଅଗ୍ରୱାଲ l
 ପରିବାର ର ସହଯୋଗରେ ନିଜ ଘରେ ଲକ୍ଷାଧିକ ଟଙ୍କାର କେଶର ଚାଷ କରିଛନ୍ତି ସୁଜାତା।  ଗୋଟିଏ କି ଦୁଇଟି ନୁହେଁ ଶହଶହ କେଶର ଫୁଲ ଫୁଟାଇଛନ୍ତି ସୁଜାତା l ନିଜର ଏକ ଛୋଟ ଘରେ ଏୟାର କଣ୍ଡିସନର ଲଗାଇ ତାପମାତ୍ରକୁ ନିୟନ୍ତ୍ରଣ କରି ସୁଜାତା କରିଛନ୍ତି କେଶର ଚାଷ l ନୁଆଁ କିଛି ଚାଷ କରିବାର ଉଦେଶ୍ୟ ରଖି ଇଣ୍ଟରନେଟ ମାଧ୍ୟ୍ୟମରେ କେଶର ଚାଷ ବିଷୟରେ ଜାଣିବାକୁ ପାଇଲେ l କେଶର ବିହନ, ଉପଯୁକ୍ତ ମାଟିର ବ୍ୟବସ୍ଥା, ତାପମାତ୍ରା ନିୟନ୍ତ୍ରଣ, ଥାକ, କେଶର ଚାଷ ପାଇଁ ଉପଯୁକ୍ତ ପାତ୍ର ଆଦି ବ୍ୟବସ୍ଥା କରିବାର ଚ୍ୟାଲେଞ୍ଜ ସୁଜାତାଙ୍କ ସମ୍ମୁଖକୁ ଆସିଥିଲା l  ଏଥିପାଇଁ ଆବଶ୍ୟକ ଟ୍ରେନିଂ ନେବା ପରେ ଚଳିତ ବର୍ଷର ଜୁଲାଇ ମାସରେ ଆରମ୍ଭ କରିଥିଲେ କେଶର ଚାଷ l  

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୁଜାତା ଏହି କେଶର ଚାଷ ଆରମ୍ଭ କରିଛନ୍ତି l  ଏଥିପାଇଁ ଆବଶ୍ୟକ ମୋଗ୍ରା କେଶରର ବିହନ କାଶ୍ମୀରରୁ ମଗାଇବା ସହ ସ୍ୱତନ୍ତ୍ର ମାଟି ପ୍ରସ୍ତୁତି କରିଛନ୍ତି l ଜୁଲାଇ ମାସରେ କେଶର ଚାଷ ଆରମ୍ଭ କରିଥିବାବେଳେ ଏବେ ୪ ମାସ ପରେ ଆକ୍ଟୋବର ମାସରେ ଏହା ଅମଳକ୍ଷମ ହୋଇପାରିଛି l ଏଥିରୁ କେଶର, ଷ୍ଟେମେନ୍ସ ଏବଂ କେଶର ଫୁଳର ପାଖୁଡା ବିକ୍ରି କରି ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭ କରିବାର ଲକ୍ଷ ରଖିଛନ୍ତି ସୁଜାତା l ଉଭୟ ଅଫ ଲାଇନ ଏବଂ ଅନଲାଇନରେ ସୁଜାତା ଏହି କେଶର କୁ ବିକ୍ରି କରିବେ l କେଶର ବିଷୟରେ ଯେଉଁ ମାନେ ଜାଣିଛନ୍ତି ସେମାନେ ନିଜେ ଯୋଗାଯୋଗ କରି କେଶର ନେବେ କାରଣ ଭାରତରେ କେଶର ଚାହିଦା ତୁଳନାରେ ଉତ୍ପାଦନ ବହୁତ କମ ହେଉଥିବା ସୁଜାତା କହିଛନ୍ତି l ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଝାରସୁଗୁଡା ପରି ଗରମ ସ୍ଥାନରେ କାଶ୍ମିରୀ ମୋଗ୍ରା କେଶର ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାସହ ସ୍ୱାବଲମ୍ବୀ ହୋଇଥିବା ସୁଜାତା ଅନେକଙ୍କ ପାଇଁ ଏବେ ପ୍ରେରଣା ସାଜିଛନ୍ତି l
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶହଶହ କେଶର ଫୁଲ ଫୁଟାଇଛନ୍ତି ସୁଜାତା   | Argus English