ଭଡାଘରୁ ୧୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଭଡାଘରୁ ୧୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିରେ ୧୩ ଜଣ ମହିଳା ଓ ପୁରୁଷ ଥିବା ବେଳେ ୭ ଜଣ ଛୋଟ ପିଲା ରହିଛନ୍ତି । ବାହାର ରାଜ୍ୟକୁ ବେଆଇଅନ ଭାବେ ଚାଲାଣ ବେଳେ ସେମାନଙ୍କୁ ପୋଲିସ ଉଦ୍ଧାର କରିଛି ।
ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ସହ ସହଯୋଗୀ ମାନେ ଫେରାର ହୋଇଯାଇଛନ୍ତି । ଶ୍ରମିକ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଖଲିଆପାଲି,ବୃନ୍ଦାବାହାଲ,ଭରୁଆମୁଣ୍ଡା,ସିନାପାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ଦିନକୁ ଦିନ ଏହି ଅଞ୍ଚଳ ରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ବେଳେ ମୁଖ୍ୟ ସର୍ଦାର ମାନେ ଫେରାର ମାରୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: