Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩ ଦାଦନ ଦଲାଲଙ୍କୁ ବାନ୍ଧିଲା କଣ୍ଟାବାଞ୍ଜି ପୋଲିସ 

Odisha

୩ ଦାଦନ ଦଲାଲଙ୍କୁ ବାନ୍ଧିଲା କଣ୍ଟାବାଞ୍ଜି ପୋଲିସ 

Manini Pattanayak
Browse all articles by Manini Pattanayak
·2 years ago
୩ ଦାଦନ ଦଲାଲଙ୍କୁ ବାନ୍ଧିଲା କଣ୍ଟାବାଞ୍ଜି ପୋଲିସ 

 ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲା  କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରୁ ୩୦ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଚାଲାଣ ଅଭିଯୋଗରେ ୩ ଦାଦନ ଦଲାଲଙ୍କୁ ବାନ୍ଧିଛି କଣ୍ଟାବାଞ୍ଜି ପୋଲିସ । ଦଲାଲ ମାନେ ବେଳପଡା ଅଞ୍ଚଳର ବୋଲି ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ଲାଗି ଦଲାଲ ନେଉଥିବା ବେଳେ ଉଦ୍ଧାର କଲା ପୋଲିସ ।

ତେବେ ଶ୍ରମିକ ମାନେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼,ଦେଓଗାଁ, ବେଳପଡା ଅଞ୍ଚଳ ର ବୋଲି ସୂଚନା ମିଳିଛି । ଦାଦନ ନେଇ ଯାଉଥିବା ଏକ ବୋଲେରୋକୁ ମଧ୍ୟ ଜବତ କରାଯାଇଛି । ଏ ସମ୍ପର୍କରେ କଣ୍ଟାବାଞ୍ଜି ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଦାଦନ ଚାଲାଣ କୁ ରୋକିବା ରେ ସରକାର ଓ ପ୍ରଶାସନ ବିଫଳ ହେବା ରେ ଲାଗିଛି ।
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
30 laborers were rescued from Kantbanji railway station in Balangir district. | Argus English