Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କନ୍ଧମାଳ ଷ୍ଟ୍ରବେରି ଏବେ ରୋଜଗାର ଦେଉଛି

Odisha

କନ୍ଧମାଳ ଷ୍ଟ୍ରବେରି ଏବେ ରୋଜଗାର ଦେଉଛି

Ritu Das
Browse all articles by Ritu Das
·2 years ago·2 min read
କନ୍ଧମାଳ ଷ୍ଟ୍ରବେରି ଏବେ ରୋଜଗାର ଦେଉଛି

ଅର୍ଗସ ବ୍ୟୁରୋ: କନ୍ଧମାଳ ଷ୍ଟ୍ରବେରି ଏବେ ଲୋକଙ୍କୁ ରୋଜଗାର ଦଉଛି । ଖାଲି ରୋଜଗାର ଦେଉନି, ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ମଧ୍ୟ ଦେଖାଇଛି । କନ୍ଧମାଳ ହଳଦୀ ଭାରତ ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜିଆଇ ଟ୍ୟାଗର ମାନ୍ୟତା ହାସଲ କରିଛି । କିନ୍ତୁ ବର୍ଷ ସାରା ପରିଶ୍ରମ କରିବାକୁ ପଡ଼ିଥାଏ ଓ କେଜି ପ୍ରତି ଚାଷୀ ମାତ୍ର ପଚାଶ ଟଙ୍କା ରେ ବିକ୍ରି କରିଥାଏ । ସେଥିରେ ପୁଣି ସାହୁକାରର ଲୋଲୁପ ଦୃଷ୍ଟି ।  ସେଥିପାଇଁ ବାଧ୍ୟ ହୋଇ ଗଞ୍ଜେଇ ଚାଷ କରି ଜୀବନ ଓ ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ପୋଲିସର ନାଲିଆଖି ଓ ଆଇନ୍ କାନୁନ୍ କଟକଣା ହେତୁ ଗଞ୍ଜେଇ ଚାଷୀ କେତେବେଳେ ଜେଲ ତ କେତେବେଳେ ଜରିମାନା ଦେଇ ଦେଇ ହତାଶ ହେବାକୁ ପଡ଼ିଥାଏ । କନ୍ଧମାଳ ଜିଲ୍ଲାରେ ବିଶେଷ କରି ଶୀତଦିନେ ଅତ୍ୟଧିକ ଥଣ୍ଡା ରହୁଥିବାରୁ, ଗତ ବର୍ଷ ଜିଲ୍ଲା ପ୍ରଶାସନ ସହାୟତା ରେ ଆରମ୍ଭ ହୋଇଥିଲା ପରୀକ୍ଷା ମୂଳକ ଭାବରେ ଷ୍ଟ୍ରବେରି ଚାଷ ।

ମାତ୍ର ଦଶ ଏକର ଚାଷ ଜମିରେ ଷ୍ଟ୍ରବେରି ଚାଷ ହୋଇଥିବ ବେଳେ ଉଭୟ ଚାଷୀ ଓ ପ୍ରଶାସନ ସଫଳତା ହାସଲ କରିଥିଲେ । ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପ୍ରାୟ ତିରିଶ ଏକର ଜାଗାରେ ଷ୍ଟ୍ରବେରିଚାଷ ହୋଇଛି । ଉଦ୍ୟାନ ବିଭାଗ ତରଫରୁ ମିଶନ ଶକ୍ତି ଜରିଆରେ କିଛି ସଫଳ ଚାଷୀଙ୍କୁ ଚିହ୍ନଟ କରି, ଆରମ୍ଭ କରାଯାଇଛି ଷ୍ଟବେରି ଚାଷ । ଏଥିପାଇଁ ଚାଷୀ ଙ୍କୁ ଆବଶ୍ୟକ ଚାରା, କ୍ଷେତକୁ   ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଷ୍ଟ୍ରବେରି ଯେତିକି ସ୍ଵାଦିଷ୍ଟ, ଦେଖିବାକୁ ସେତିକି ସୁନ୍ଦର୍ ।  ନାଲି ଟହ ଟହ ପାଚିଲା ଫଳ ଦେଖିଲେ ଖାଇବା ଲୋକ ଜମାବି ନ ଖାଇ  ରହିପାରିବ ନାହିଁ । ଫୁଲବାଣୀ ବ୍ଲକ୍ ମିନିଆ ପଞ୍ଚାୟତ ଯାରିକି ପଡ଼ା ର ଷ୍ଟବେରି ଚାଷୀ ମାନେ କହିଛନ୍ତି, ଆମେ ଏବେ ସ୍ଵାଧୀନ ସହ ବଞ୍ଚୁଛୁ । ମାତ୍ର ଦୁଇ ମାସ ମଧ୍ୟରେ ଫଳ ଫଳିଥାଏ । କେଜି ପ୍ରତି ପାଞ୍ଚଶହ ଟଙ୍କା ଦରରେ ବିକ୍ରି କରୁଛୁ । ସ୍ଵଳ୍ପ ଖର୍ଚ୍ଚ ଓ ପରିଶ୍ରମ ରେ, ଅଧିକ ଲାଭ ପାଉଥିବାରୁ ଆଉ ଗଞ୍ଜେଇ ଚାଷ କରୁ ନାହୁଁ । ଜେଲ କି ଜୋରିମାନା, ସହ ପୋଲିସ ଜୁଲମ ଆଉ ଆମ ଉପରେ ନାହିଁ । ଅନ୍ୟପଟେ କନ୍ଧମାଳ ଜିଲ୍ଲାପାଳ କହିଛନ୍ତି, ଆଗାମୀ ଦିନରେ ଷ୍ଟ୍ରବେରି କନ୍ଧମାଳ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେବ । କନ୍ଧମାଳର ଚାଷୀ ମାନେ ଏବେ ଗଞ୍ଜେଇ ଚାଷକୁ ନା, ଷ୍ଟ୍ରବେରି ଚାଷକୁ ହଁ କଲେଣି । ଯାହା ଓଡ଼ିଶା ତଥା କନ୍ଧମାଳ ଜିଲ୍ଲା ପାଇଁ ଏକ ନୂତନ ପ୍ରୟାସ । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kandhamal Strawberry | Argus English