Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଳ ହେଲା ପରକୀୟା ପ୍ରୀତି

Odisha

କାଳ ହେଲା ପରକୀୟା ପ୍ରୀତି

Smruti Parija
Browse all articles by Smruti Parija
·2 years ago·2 min read
କାଳ ହେଲା ପରକୀୟା ପ୍ରୀତି

କନ୍ଧମାଳ:  କାଳ ହେଲା ପରକୀୟା ପ୍ରୀତି । ଅନିଚ୍ଛା ସତ୍ତ୍ୱେ ବିବାହିତା ମହିଳାଙ୍କ ସହ ସଂପର୍କ ରଖିବା ବିଜେଡି ଯୁବ ଉପସଭାପତିଙ୍କ ପାଇଁ ହେଲା କାଳ । ଅନୈତିକ ସମ୍ପର୍କ ରଖିବା ସମୟରେ ମୁହଁରେ ତକିଆ ଚାପି ହତ୍ୟା କଲେ ମହିଳା । ଆଉ ପୁରା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । 

କନ୍ଧମାଳ ଦଡକି ପଞ୍ଚାୟତର ଯୁବନେତା ତଥା ଯୁବ ବିଜେଡିର ଉପସଭାପତି ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ଖୁଲାସା କରିଛି ପୁଲିସ। ପରକୀୟା ପ୍ରିତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସଞ୍ଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବିବାହିତା ମହିଳାଙ୍କୁ ଗିରଫ କରାଯାଇଛି । 

ମୃତ ସଞ୍ଜିତ ମଲ୍ଲିକଙ୍କର ଜଣେ ବିବାହିତା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ସେମାନେ ପ୍ରାୟତଃ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଖାଲି ପଡିଥିବା ବାସଗୃହରେ ରାତିରେ ଏକତ୍ର ରହୁଥିଲେ । ପୂର୍ବରୁ ସଞ୍ଜିତ ସମ୍ପୃକ୍ତ ମହିଳାଙ୍କ ପାଖରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ପାଣ୍ଠିରୁ ଟଙ୍କା ଧାର ନେଇ ଫେରାଉ ନ ଥିଲେ । ଏ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅପରପକ୍ଷରେ ଟଙ୍କା ମାଗିଲେ ସବୁକଥା ପଦାରେ ପକାଇ ଦେବେ ବୋଲି କହି ସଞ୍ଜିତ ମହିଳାଙ୍କୁ ଡରାଉଥିଲେ ।

ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଘଟଣା ଦିନ ରାତିରେ ଉଭୟ ପିଇଓ କ୍ବାର୍ଟରରେ ରହିଥିଲେ । ସେ ସମୟରେ ସଞ୍ଜିତ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ସଞ୍ଜିତଙ୍କ ମୁହଁରେ ଏକ ତକିଆ ଚାପି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ଉପରେ ଏକ କମ୍ବଳ ଘୋଡାଇ ଦେଇ ସେଠାରୁ ଚାଲି ଯାଇଥିଲେ । ସାଙ୍ଗରେ ସଞ୍ଜିତଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ । ପରଦିନ ସକାଳୁ ତାଙ୍କ ବାପା ତାଙ୍କୁ ଉଠାଇବା ପାଇଁ ଯାଇ ସେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତ ସଞ୍ଜିତଙ୍କ ବାପା ଯଶୋବନ୍ତ ମଲ୍ଲିକଙ୍କ ଏତାଲା ଆଧାରରେ ସଦର ଥାନାରେ ୧୯୭/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା। ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟକୁ

ଆଧାର କରି ଘଟଣାର ଖିଅ ପାଇଥିଲା ପୁଲିସ । ତେବେ ସମସ୍ତ ସମ୍ଭାବନାକୁ ଭୂଲ ପ୍ରମାଣିତ କରି ଆଜି ଏହି ଘଟଣାର ଖୁଲାସା କରିବା ସହିତ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । 


 

Sponsored
Kandhamal Dadki Panchayat Youth Leader and Youth BJD Vice President Sanjit Mallik-murder-accused-arrested | Argus English