|
logo
Live

Argus News - ଥମିବାରେ ଲାଗୁନି କାମିଆ ଜାନିଙ୍କ ବିବାଦ, ଓଡ଼ିଶାର କୋଣ ଅନୁକୋଣରୁ ଛୁଟିଲାଣି ଅସନ୍ତୋଷ ନିଆଁ

Odisha

ଥମିବାରେ ଲାଗୁନି କାମିଆ ଜାନିଙ୍କ ବିବାଦ, ଓଡ଼ିଶାର କୋଣ ଅନୁକୋଣରୁ ଛୁଟିଲାଣି ଅସନ୍ତୋଷ ନିଆଁ

Jitendra Dash
Browse all articles by Jitendra Dash
·2 years ago·2 min read
ଥମିବାରେ ଲାଗୁନି କାମିଆ ଜାନିଙ୍କ ବିବାଦ, ଓଡ଼ିଶାର କୋଣ ଅନୁକୋଣରୁ ଛୁଟିଲାଣି ଅସନ୍ତୋଷ ନିଆଁ

ଅର୍ଗସ ବ୍ୟୁରୋ : ଗୋମାଂସ ଭକ୍ଷଣକାରୀ କାମିଆ ଜାନିଙ୍କ ପବିତ୍ର ଶ୍ରୀମନ୍ଦିର ପ୍ରବେଶକୁ ନେଇ ଥମିବାର ନାଁ ନେଉନି ବିବାଦ । ଆହାତ ହୋଇଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ । ଓଡ଼ିଶାର କୋଣ ଅନୁକୋଣରେ ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଅନେକ ସଂଗଠନ କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇଲେଣି । ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସାରା ରାଜ୍ୟରେ ଯୋରଦାର ପ୍ରତିବାଦ କରାଯାଇଛି । ଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଭିଯାନ । ସପେଟେ କାମିଆ ଜାନି ଶ୍ରୀମନ୍ଦିରରେ ପ୍ରବେଶ ବିରୋଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଦିଆଯାଇଛି ଏତଲା । ଉଭୟ କାମିୟା ଜାନି ଓ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ସାଙ୍ଗରେ ନେଇଥିବା ବିଜେଡି ନେତା ଭି. କେ ପାଣ୍ଡିଆନଙ୍କ ବିରୋଧରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । ବିଜେପି ମଧ୍ୟ ପାଣ୍ଡିଆନଙ୍କ ଗିରଫ ଦାବି କରିଛି ।

ସେପଟେ ଶ୍ରୀମନ୍ଦିର ନିୟମଭଙ୍ଗକାରୀଙ୍କ ସ୍ପଷ୍ଟୀକରଣ ଶୁଣି ତୁନି ସାଜିଛନ୍ତି ସରକାର । ତୁନି ସାଧିଛି ଶ୍ରୀମନ୍ଦିର ପ୍ରଶାସନ । କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଇଏ କି ମନୋଭାବ । ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ବିଜେପି  ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍ କରି ରାଜ୍ୟରେ କଳାପାହାଡ଼ର ଇତିହାସ ଦୋହରାଯାଉଛି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଖାଲି ରାଜ୍ୟରେ କାହିଁକି  ରାଜ୍ୟ ବାହାରେ ବି ଦେଖା ଦେଲାଣି ତୀବ୍ର ଅସନ୍ତୋଷ । ଜାତୀୟ ସ୍ତରର ଖ୍ୟାତନାମା ୟୁଟ୍ୟୁବର୍ ଅଭିଜିତ ଭାରତୀ କାମ୍ୟାଙ୍କ ଗୋମାଂସ ଭକ୍ଷଣ ସ୍ପଷ୍ଟୀକରଣକୁ ନେଇ ଉଠାଇଛନ୍ତି ପ୍ରଶ୍ନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ କହିଛନ୍ତି, ଓଡିଶାରେ ଏକ ଆଞ୍ଚଳିକ ରାଜନୈତିକ ଦଳର ୨୪ବର୍ଷର ସ୍ଥିର ନେତୃତ୍ବ । ତା ବୋଲି କଣ ନେତା ବଡ ହୋଇଗଲେ ଆଉ ମହାପ୍ରଭୁ ଛୋଟ ? ଉତ୍କଳ ମଣିଙ୍କ ଠାରୁ କିଏ କଣ ବଡ ନେତା ଓଡିଶାରେ । ଉତ୍କଳମଣି ଲେଖିଥିଲେ ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ । ନେତା ଆସିବେ ଯିବେ । ଆହୁରି ଆସିବେ, ମାତ୍ର ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଅଛନ୍ତି । ଆଉ ଅନାଦି ଅନନ୍ତ କାଳପର୍ଯ୍ୟନ୍ତ ମହାପ୍ରଭୁ ରହିବେ । ମହାପ୍ରଭୁଙ୍କ ଅଭୟ ନେତୃତ୍ବରେ, ଚଉବାହାର ଓ ଚକାଆଖିର ଆଶୀର୍ବାଦରେ ଏହି ଜାତି ରହିଛି ରହିବ । 

ମହାପ୍ରଭୁଙ୍କ ଅପମାନ ସହିବ ନାହିଁ ଓଡିଆ ଜାତି । ମହାପ୍ରଭୁଙ୍କୁ ଅପମାନର ପରମ ଦୁଃଖ ସହିତ ଆଞ୍ଚଳିକ ଦଳର ନେତାଙ୍କ ଅହେତୁକ ନୀରବତା ଓଡିଆଙ୍କ ମନରେ ଭରିଛି କ୍ରୋଧ ଓ କୋହ । ଗୋମାଂସ ପ୍ରବକ୍ତା ତ ନିମିତ ମାତ୍ର । ଗୋମାଂସ ପ୍ରବକ୍ତା ଯାହା ସୁରକ୍ଷାରେ ଶ୍ରୀମନ୍ଦିର ଭିତରକୁ ପ୍ରଚାର ପାଇଁ ଗଲେ ତାଙ୍କ ପାଟିରେ କାହିଁକି ତୁଣ୍ଡି ? ସଂପୃକ୍ତ ନୂଆ ନେତାଙ୍କ ପ୍ରଚାର ପାଇଁ ଆସିଥିଲେ କି ଗୋମାଂସ ପ୍ରବକ୍ତା ? ଯୋଜନା ବଦ୍ଧ ଭାବରେ ତାଙ୍କୁ ସବୁଜ ପୋଷାକ ପିନ୍ଧିବାର କରାଯାଇଥିଲା କି ଯୋଜନା ? ଦଳୀୟ ସ୍ବାର୍ଥ ଆଗରେ ନ୍ୟୁନ ହେଲେକି ଓଡିଆ ଜାତିର ଇଷ୍ଟ କଳା ଠାକୁର ? ଆଜି ଅରୁଣ ସ୍ତମ୍ବ ସାକ୍ଷୀ । ୨୨ ପାହାଚ ସାକ୍ଷୀ। ମା ବିମଳା ମା କମଳା ସାକ୍ଷୀ। ପତିତ ପାବନ ସାକ୍ଷୀ । ଆନନ୍ଦ ବଜାର ସାକ୍ଷୀ । ଗୋମାଂସ ପ୍ରବକ୍ତାଙ୍କ ଶ୍ରୀମନ୍ଦିର ପ୍ରବେଶ । ଓଡିଆ କହୁଛି ଚକା ଆଖି ସବୁ ଦେଖୁଛି ।
 

Sponsored
ଥମିବାରେ ଲାଗୁନି କାମିଆ ଜାନିଙ୍କ ବିବାଦ, ଓଡ଼ିଶାର କୋଣ ଅନୁକୋଣରୁ ଛୁଟିଲାଣି ଅସନ୍ତୋଷ ନିଆଁ | Argus English