ଲଖନପୁର ପିକୋଲ ଜଙ୍ଗଲରେ କଲରାପତରିଆ ବାଘ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ, ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ l ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆର ଫୋଟୋ କଏଦ ହୋଇଛି l ଏହି କଲରାପତରିଆ ର ଫୁଟେଜ ଗତ 14 ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରା ରୁ ମିଳିଥିଲା l ବର୍ତ୍ତମାନ ମଧ୍ୟ କଳରାପତରିଆ ବାଘ ଟି ପିକୋଲ ଜଙ୍ଗଲରେ ଘୁରି ବୁଲୁଥିବା ସୂଚନା ରହିଛି l ଦୀର୍ଘ 2 ବର୍ଷ ପରେ ଝାରସୁଗୁଡା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ହିମଗିର ଜଙ୍ଗଲରୁ ଏହା ଆସିଥିବା ଅନୁମାନ କରାଯାଉଛି l
ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଗ୍ରାମବାସୀ ଭୟଭିତ ଥିବାବେଳେ ବନବିଭାଗ କଲରାପତରିଆ ପରେ ତୀକ୍ଷ୍ଣ ନଜର ରଖିଛି l ଆଖପାଖ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯିବାପାଇଁ ବାରଣ କରାଯାଇଛି l ଲୋକେ ମଧ୍ୟ ଘରୁ ବାହାରୁ ନଥିବା ପ୍ରକାଶ କହିଛନ୍ତି l ବନ ବିଭାଗ ଜଙ୍ଗଲରୁ ଗାଁକୁ ବାଘ ଯେପରି ନପଶିବ ସେଦିଗରେ ଧ୍ୟାନ ଦିଆଯାଉଛି l ସୁନ୍ଦରଗଡ଼ ହେମଗିର ଜଙ୍ଗଲ ପଟୁ ଆସି କିଛି ଦିନ ଏହି ଜଙ୍ଗଲରେ ରହିବ ପରେ ପୁଣି ଫେରି ଯାଏ l ତେଣୁ ଏହି କଳରାପତରିଆ ମଧ୍ୟ ଗାଁ ମୁହାଁ ହେବାର ଆଶଙ୍କା ନାହିଁ l ବନବିଭାଗ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି ଥିବା ଝାରସୁଗୁଡା DFO କହିଛନ୍ତି l
ଅଧିକ ପଢନ୍ତୁ ଓଡ଼ିଶା ଖବର