Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

Odisha

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

Ritu Das
Browse all articles by Ritu Das
·2 years ago·1 min read
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

ଅର୍ଗସ ବ୍ୟୁରୋ: ଜୁନିଅର ଟିଚର୍ ବା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ଗତ ଶୁଣାଣୀ ସମୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗେଇଥିଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଥିଲେ କୋର୍ଟ। ଗତ 21 ଓ 22 ତାରିଖରେ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା। ହେଲେ ହାଇକୋର୍ଟଙ୍କ ରୋକ୍ ଯୋଗୁଁ ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା। 

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 20 ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଏ ନେଇ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୂଳ ବିଜ୍ଞପ୍ତିର ନିୟମ ଉଲ୍ଲଘଂନ ହେଉଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ କିଛି ପରୀକ୍ଷାର୍ଥୀ। ତେବେ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ହେବ ଏହି ମାମଲାର ଶୁଣାଣି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
junior-teacher | Argus English