|
logo
Live

Argus News - ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ

Odisha

ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ

Jitendra Dash
Browse all articles by Jitendra Dash
·2 years ago·3 min read
ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ

ଅର୍ଗସ ବ୍ୟୁରୋ : ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ କରାଯାଇଛି । ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓଏୟାରଫାଇବ‍ର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି ।

ଜିଓଏୟାରଫାଇବ‍ର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‍ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ଜିଓଏୟାରଫାଇବର ଟିଭି ଅଥବା ବ୍ରଡବ୍ୟାଣ୍ଡ୍‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‌‍ ଏଣ୍ଟରଟେନ୍‌‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‌‍ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି । ଜିଓଏୟାରଫାଇବର ପ୍ଲାନ୍‌‌‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌‌‌ବିପିଏସ୍ ଓ ୧୦୦ ଏମ୍‌‌‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌‌‌ର ପ୍ଲାନ୍ ଉପଲବ୍ଧ ହେଉଛି । ପ୍ରାରମ୍ଭିକ ୩୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୫୯୯ ଟଙ୍କା ରହିଛି । ସେହିପରି ୧୦୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌‌‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି । ଜିଓଏୟାରଫାଇବର ପ୍ଲାନ୍‌‌‌ରେ ୧୦୦ ଏମ୍‌‌‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌‌‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି ।

ଜିଓଏୟାରଫାଇବ‍ର ଏହି ଶ୍ରେଣୀରେ ସର୍ବୋତ୍ତମ ମୂଲ୍ୟଗତ ଲାଭ ପ୍ରଦାନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌‌‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ପାଇବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ ।

ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ । ଜିଓଏୟାରଫାଇବ‍ର ଅନଲାଇନ୍ ଓ ଅଫ୍‌‌‌ଲାଇନ୍‌‌‌ ମାଧ୍ୟମରେ ବୁକିଂ କରାଯାଇପାରିବ । ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି କିମ୍ବା ଜିଓ ଷ୍ଟୋରରେ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ।

Sponsored
ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ | Argus English