ଗତ କିଛି ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ରବି ଶତପଥୀ
·2 years ago·1 min read

ଅର୍ଗସ ବ୍ୟୁରୋ : ଚିରନିଦ୍ରାରେ ଯାତ୍ରା ଜଗତର ବର୍ଷୀୟାନ ଅଭିନେତା ରବି ଶତପଥୀ । ଆଜି ସଂଧ୍ୟା ୭ଟା ୪୦ରେ ପୈତୃକ ଗାଁ ଜଗତସିଂହପୁରର ଅଗପାଳରେ ଅଭିନେତା ରବି ଶତପଥୀଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଫୁସଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ରବି ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ ପରିବେଷଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଦେଇଥିଲା । ହେଲେ ଚଳିତ ବର୍ଷ ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲେ । ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କ୍ୟାନସରରେ ଆକ୍ରାନ୍ତ ବୋଲି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: