|
logo
Live

Argus News - ମନମୋହୁଛି ଗୋପୀନାଥଜୀଉ ମନ୍ଦିର, ଜମୁଛି ଭକ୍ତଙ୍କ ଭିଡ଼

Odisha

ମନମୋହୁଛି ଗୋପୀନାଥଜୀଉ ମନ୍ଦିର, ଜମୁଛି ଭକ୍ତଙ୍କ ଭିଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ମନମୋହୁଛି ଗୋପୀନାଥଜୀଉ ମନ୍ଦିର, ଜମୁଛି ଭକ୍ତଙ୍କ ଭିଡ଼

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବାଲିପାଟଣା ଅଞ୍ଚଳର ଶ୍ରୀ ଶ୍ରୀ ଗୋପୀନାଥଜୀଉ ମନ୍ଦିର । ମନ୍ଦିରର ସିଂହଦ୍ୱାରର ଗୁମୁଟ ଠୁ ଆରମ୍ଭ କରି ମନ୍ଦିର ଓ ମନ୍ଦିର ଚତୁର୍ପାଶ୍ୱ ଫୁଲରେ ସାଜଯାଇଛି । ବିଭିନ୍ନ ପ୍ରକାରର ଫୁଲରେ ମନ୍ଦିରରେ ବିରାଜିତ ପ୍ରଭୁ ଗୋପୀନାଥ । ଯାହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହେଇଛି । ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଅତଲା ପୁରରେ ରାମଲାଲାଙ୍କ ଅବିକଳ ମନ୍ଦିର ପ୍ରତିକୃତି ଦେଖିବା ସହ ଏକ ଆଧ୍ୟାତ୍ମିତ ପରିବେଶ ସୃଷ୍ଟି ହେଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲିପାଟଣା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ବାର ଶହ ଚଉବନ ଶାଲରୁ ପୂଜାପାଇ ଆସୁଛନ୍ତି । ରାଧାକୃଷ୍ଣ ସହ ପୂଜାପାଉଛନ୍ତି ଜଗନ୍ନାଥ ମହାପ୍ରଭୁ । ଦୀର୍ଘ ବର୍ଷଧରୀ ଏହି ମନ୍ଦିରରେ ପୁଷ୍ପାଭିଷେକ ହୋଇ ଆସୁଅଛି । ଏହାକୁ ଆହୁରି ସରସସୁନ୍ଦର କରିବାକୁ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଆକର୍ଷଣୀୟ ଫୁଲ ଦ୍ୱାରା ମନ୍ଦିର ସହ ମୁଖଶାଳା ଓ ବେଢାକୁ ସୁନ୍ଦର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଏହି ପୁଷ୍ପାଭିଷେକକୁ ଆହୁରି ଆକର୍ଷଣ କରିବାକୁ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିର ର ଅବିକଳ ପ୍ରତିକୃତି ସୋଲରେ ନିର୍ମାଣ କରାଯାଇଛି I ପୁଷ୍ପାଭିଷେକ ସହ ରାମ ମନ୍ଦିର ଦେଖି ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି I ଯେଉଁ ଭକ୍ତ ମାନେ ଅଯୋଧ୍ୟା ରାମମନ୍ଦିର ଦର୍ଶନ କରିବାର ସୁଯୋଗ ପାଇ ନପାରି ଏହି ପ୍ରତିକୃତି ରାମମନ୍ଦିର ଦେଖି ନିଜକୁ କୃତାର୍ଥ ମନେ କରୁଛନ୍ତି I
 

Sponsored
ମନମୋହୁଛି ଗୋପୀନାଥଜୀଉ ମନ୍ଦିର, ଜମୁଛି ଭକ୍ତଙ୍କ ଭିଡ଼ | Argus English