Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ଦିରରୁ ମୂର୍ତ୍ତି ଚୋରି ହେଲାଣି, ବିଜେଡି ରଙ୍ଗ ମାରୁଛି...

Odisha

ମନ୍ଦିରରୁ ମୂର୍ତ୍ତି ଚୋରି ହେଲାଣି, ବିଜେଡି ରଙ୍ଗ ମାରୁଛି...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମନ୍ଦିରରୁ ମୂର୍ତ୍ତି ଚୋରି ହେଲାଣି, ବିଜେଡି ରଙ୍ଗ ମାରୁଛି...

ଅର୍ଗସ ବ୍ୟୁରୋ: କେବଳ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର । ଭୋଟ୍‌ ହାତେଇବାକୁ ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏବେ ନିର୍ବାଚନକୁ ଆଉ ମାତ୍ର ୫ ମାସ ସମୟ ରହିଛି । ସେଇଥି ଲାଗି ଜିଲ୍ଲାୱାରି ବୁଲିବୁଲି ମନ୍ଦିରର କେମିତି ବିକାଶ ହେବ ? ପୁଳାପୁଳା ଟଙ୍କା ଦେଇ ଦେଉଛନ୍ତି । ହେଲେ ମନ୍ଦିରରେ ବିକାଶ କଣ ହେଲା ? ମୂର୍ତ୍ତି କୁଆଡେ ଗଲା ସେନେଇ ବାବୁଙ୍କ ପାଖରେ କିଛି ଖବର ନାହିଁ । ଓଡ଼ିଆ ଘରେ କଥା ଅଛି ମହାକାଳ ଫଳ ଭାରି ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍‌ ସେମିତି ବିଜେଡି ସରକାରର କାମ । ଆଉ ନୁହେଁ ତ କଣ ? ମନ୍ଦିରର ବିକାଶ ହେଉଛି ବୋଲି କହିବୁଲୁଛନ୍ତି ହେଲେ ମନ୍ଦିର ଭିତରୁ ମୂର୍ତ୍ତି ଚୋରି ହୋଇ ଫରେନ ରପ୍ତାନୀ ହେବାର କଥା କିନ୍ତୁ କେହି ଜାଣିଲେଣି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନବୀନ ସରକାର କେବଳ ନାଁକୁ ମାତ୍ର ମନ୍ଦିରର ବିକାଶ କରୁଛନ୍ତି । 

ଗୋଟିଏ ପଟେ ମନ୍ଦିର ଗୁଡିକରେ କାମ ଚାଲିଛି । ଏପଟେ ଯାଜପୁର ଦର୍ପଣ ଗଡର ଅଧିଷ୍ଠାତ୍ରୀ ଦେବି ମାଆ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା । ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବାରୁ ପୂରା ଗାଁଟା ଯାକର ନଖାଇ ନପିଇ କେମିତି ମୂର୍ତ୍ତି ଫେରିବ ସେନେଇ ଚିନ୍ତା କରୁଥିଲେ । ଥାନାରେ ଏତଲା ଦେଇଥିଲେ । ହେଲେ ଖାକି ବାବୁ କେବଳ ଏତଲା ରଖି ଚୁପ୍‌ ବସିଲେ । ହେଲେ ଏ କଥା ପହଞ୍ଚିଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ । ଆଉ କେମିତି ମୂର୍ତ୍ତି ଗାଁକୁ ଫେରିବ ସେନେଇ କରିଥିଲେ ଉଦ୍ୟମ ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ତାହାକୁ ବାସ୍ତବ ରୂପ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରି ମୂର୍ତ୍ତି ଫେରାଇବାର ବ୍ୟବସ୍ଥା କରିଥିଲେ । ଖାଲି ବ୍ୟବସ୍ଥା କରିଥିଲେ ତାହା ନୁହେଁ ବରଂ ମୂର୍ତ୍ତି ଫେରିଥିଲା ୨ ବର୍ଷ ପରେ । ଦିଲ୍ଲୀରେ ପ୍ରେସମିଟ୍‌ କରି ମୂର୍ତ୍ତି ଫେରିବାର କଥା କହିବା ପରେ ଦର୍ପଣଗଡର ବାସୀଙ୍କ ଆଖିରେ ଜକାଇ ଆସିଥିଲା ଭକ୍ତିର ଲୁହ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ମାଆ ଫେରିଛନ୍ତି କେବଳ ଧର୍ମେନ୍ଦ୍ରଙ୍କ ପାଇଁ । ନହେଲେ ଏ ଅପାରଗ ବିଜେଡି ସରକାର କିଛି କରିନଥାନ୍ତା କି ମୂର୍ତ୍ତି ଫେରିନଥାନ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମୂର୍ତ୍ତି ଫେରିବା ପରେ ଗାଁ ଲୋକେ ଭାରି ଖୁସି ? ସମସ୍ତଙ୍କ ଘର ଆଗରେ ଦୀପ, ଧୂପ ଜଳିବା ସହ ସୃଷ୍ଟି ହୋଇଥିଲା ଭକ୍ତିମେୟ ପରିବେଶ । ଆମ ଧର୍ମେନ୍ଦ୍ରଙ୍କର ପଡିଥିଲା ଜୟଜୟ କାର । କଥାରେ ଅଛି କାମ କରିବାର ଯାହାର ଇଚ୍ଛା ଥିବ କୌଣସି ପ୍ରତିବନ୍ଧକ ତାକୁ ଅଟକାଇପାରିବ ନାହିଁ । ଆଉ ସଦ୍ୟତମ ଉଦାହରଣ ହେଉଛନ୍ତି ଧର୍ମେନ୍ଦ୍ର । 

 

Sponsored
Union Minister Dharmendra Pradhan | Argus English