ବ୍ଲକ ସ୍ତରୀୟ ବିଜ୍ଞାନ ମେଳା : ଅଂଶ ଗ୍ରହଣ କଲେ ଏକ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନରେ ଥିବା ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନରେ ଥିବା ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଏଥିରେ କୁନିକୁନି ପିଲାମାନେ ବିଜ୍ଞାନକୁ ଆଧାର କରି ଆଜିର ସମାଜ ପାଇଁ ନୂଆ ଦିଗଦର୍ଶନ ସୃଷ୍ଟି କରିଛନ୍ତି ।
ଯେଉଁ ଥିରେ ପବନ କଳ, ବାୟୁ ପ୍ରଦୃଷଣ ରୋକିବା, ଜଳ ସଂରକ୍ଷଣ କରିବା, ଚାଷ ଓ ଚାଷୀଙ୍କୁ ଆଧାର କରି କମ୍ ଖର୍ଚ୍ଚରେ ଅଧିକ ଏବଂ ଶୁଦ୍ଧ ଫସଲ ପାଇବାର ବିଜ୍ଞାନୀ କୌଶଳ ଦେଖାଇବା, ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ ସୃଷ୍ଟି କରିବା ପ୍ରାକୃତିକ ଉପାୟରେ ଶିତଳି କରଣ ଭଣ୍ଡାର ଭଳି ଅନେକ ବିଜ୍ଞାନ ନୂଆ ଉଦ୍ଭାବନ କରିବାର ଦେଖିବା ପାଇଁ ମିଳିଥିଲା ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଣୀ ସବିତା ସାହୁ ଫିତା କାଟି ଉଦଘାଟନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ତରୁଣ କୁମାର ମହାନ୍ତି ବିଚାରକ ଭାବେ ଯୋଗଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ବିଦ୍ୟାଳୟରର ପ୍ରତିଷ୍ଠାତା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରରୁପେ ପରିଚାଳନା କରିଥିଲେ । ଏହି ଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି ।