ବିଜୁ ବାବୁଙ୍କ ସ୍ବପ୍ନକୁ କାହିଁକି ମାରୁଛନ୍ତି ଲାତ ?

ନବୀନ ଓଡ଼ିଶାରେ ହଜିଯାଇଛନ୍ତି ପ୍ରବାଦ ପୁରୁଷ ବିଜୁ ବାବୁ
ବାପାଙ୍କ ସ୍ବପ୍ନକୁ ଅଣଦେଖା କରୁଛନ୍ତି ରାଜ୍ୟର ମୂଖିଆ
ଯିଏ ବାପର ନୁହେଁ ସେ କେମିତି ହେଲା ରାଜ୍ୟର !
ଏପଟେ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି ବିଜୁ ବାବୁଙ୍କ ପ୍ରିୟ ମଣିଷ
ଅର୍ଗସ ବ୍ୟୁରୋ : ଏ ବିକାଶର ସରକାର ନା ବିନାଶର ସରକାର । ମୁଖ୍ୟମନ୍ତ୍ରୀ ଜାଣି ଅଜଣା ହେଇଛନ୍ତି ନା ଆଉ କିଛି ରହିଛି ରହସ୍ୟ । ଏଠି ଧାଡ଼ି ଧାଡ଼ି ହୋଇ ଯେଉଁ ଟାଇଲ ଛପର ଛାଉଣୀ ଘର ଦେଖୁଛନ୍ତି, ଏହା ବିଜୁ ବାବୁଙ୍କ ପ୍ରିୟ ଘର । ଏଠି ବିଜି ବାବୁଙ୍କ ପ୍ରିୟର ମଣିଷ ରୁହନ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସ୍ଥିତ ମହାଖେଲା ଗ୍ରାମର ଆଦିବାସୀ ବିଜୁ କଲୋନୀ । ଏଠାରେ ବିଜୁ ବାବୁଙ୍କର ଅତି ପ୍ରିୟ ଏବଂ ଆପଣାର ଶବର ଜାତିର ପରିବାର ବସବାସ କରନ୍ତି ।
୧୯୬୨ ମସିହାରେ ବିଜୁ ବାବୁ ଦଇତାରୀ ଓ ପାରାଦ୍ବୀପ ଜାତୀୟ ରାଜପଥ କାର୍ଯ୍ୟ ତଦାରଖ କରିବା ସମୟରେ ଏମାନଙ୍କ ସହ ହୋଇଥିଲା ଦେଖା । ସେ ସମୟରେ ଶବର ଜାତିର ୨୧ ପରିବାରଙ୍କ ପାଇଁ ସ୍ଥାନୀୟ ପ୍ରଶାସନକୁ ଡାକି ନିର୍ମାଣ କରିଥିଲେ ଏହି ଟାଇଲ୍ ଛପର ଛାଉଣୀ ମାଟି ଘର । ସେ ଦିନ ବିଜୁ ବାବୁ କହିଥିଲେ, ଖରା ବର୍ଷାକୁ ନାହିଁ ଡ଼ର ମୁଣ୍ଡ ଉପରେ ଟାଇଲ ଛପର ଘର ।
କୁଆଡେ ବିଜୁ ବାବୁ ଏମାନଙ୍କୁ ସ୍ନେହ ଓ ଆଦର କରିବା ସହ ଭଲ ମଧ୍ୟ ପାଉଥିଲେ । କିନ୍ତୁ ବିଜୁ ବାବୁ ଭଲ ପାଉଥିବା ଲୋକଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ୨୧ ପରିବାର ପାଇଁ ନିର୍ମାଣ ହୋଇଥିବା ଏହି ଟାଇଲ ଘରର ସଂଖ୍ୟା ଆଜି ବି ସିମିତ । ହେଲେ ଆଦିବାସୀଙ୍କ ପରିବାରର ସଂଖ୍ୟା ବଢ଼ିଛି । ହେଲେ ଦୀର୍ଘ ୬୧ ବର୍ଷ ବିତିଲାନି ସତ, ନବୀନ ବାବୁଙ୍କ ସରକାର ୨୩ବର୍ଷ ପୁରିଲାଣି ହେଲେ ଆଜିବି ଅବହେଳିତ ବିଜୁ କଲୋନୀ ।
📱 Get Argus News App
✨
କେଉଁଠି ଟାଇଲ ଭାଙ୍ଗି ଗଲାଣି ତ କେଉଁଠି କାନ୍ଥ ଭାଙ୍ଗି ଗଲାଣି । ଏମିତି ସ୍ଥିତିରେ ନିଜସ୍ଵ ଖର୍ଚ୍ଚରେ ଟାଇଲ ଉପରେ ନଡ଼ା ଛାଉଣୀ କରି ବିପଦପୂର୍ଣ୍ଣ ଅବସ୍ଥାରେ ରାତି ଦିନ କାଟୁଛନ୍ତି ଏହି ମଣିଷ । ଏହି ଅଭିଯୋଗ ଆଜିର ନୁହେଁ ଏହା ଦୀର୍ଘ ୩୦ବର୍ଷ ତଳର । ବାରମ୍ବାର ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦାବି କରୁଥିଲେ ବି କେହି ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି ବୋଲି କହିଛନ୍ତି । ଆଜି ଆମ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ନିଜର ବାପାଙ୍କ ସ୍ବପ୍ନ ଥିବା ନିରୀହ ଆଦିବାସୀ ମାନଙ୍କ ଜୀବନ ଜୀବିକା ବାସଗୃହ କଥା କେମିତି ଜାଣୁ ନାହାନ୍ତି ନବୀନ ସରକାର । ଏପଟେ ଅପାରଗ ସରକାର ଓ କ୍ଷମତା ଲୋଭି ବିଧାୟକ କରୁଛନ୍ତି କଣ । ବିଜୁ ବାବୁଙ୍କ ସ୍ବପ୍ନକୁ କାହିଁକି ମାରୁଛନ୍ତି ଲାତ ।