Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗା ମୁଣ୍ଡରେ ମାଡ, ଥାନାରେ ଏତଲା ଦେଲେ ପରିବାର

Odisha

ଜଗା ମୁଣ୍ଡରେ ମାଡ, ଥାନାରେ ଏତଲା ଦେଲେ ପରିବାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜଗା ମୁଣ୍ଡରେ ମାଡ, ଥାନାରେ ଏତଲା ଦେଲେ ପରିବାର

କନ୍ଧମାଳ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଶିଶୁ ଜଗାକୁ ଜନୈକ ଯୁବକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଜଗାର ବାପା ଭୂୟାଁ କହଁର ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୭ ତାରିଖ ଅପରାହ୍ନରେ ଭୂୟାଁ ନିଜ ପୁଅ ଜଗା ସହିତ ମେଡ଼ିକାଲ ର ମଧ୍ୟରେ ବୁଲୁଥିବା ବେଳେ ଜଣେ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ସେ ତାଙ୍କୁ ମାଡ ମାରିଥିଲା। ପାଖରେ ଥିବା ଜଗା ଏହା ଦେଖି କାନ୍ଦିବା ସମୟରେ ସମ୍ପୃକ୍ତ ଯୁବକ ଜଗାକୁ ମଧ୍ୟ ମାଡ ମାରିଥିଲା। ଫଳରେ ତାର ମୁଣ୍ଡରେ ଆଘାତ ହୋଇଛି।

ଅଧିକ ପଢନ୍ତୁ ଓଡିଶା ଖବର

ମୂଖ୍ୟ ଚିକିତ୍ସାଳୟରେ ତାର ମୁଣ୍ଡ ସିଟି ସ୍କାନ କରାଯାଇ ଆବଶ୍ୟକୀୟ ଚିକିତ୍ସା କରାଯିବା ସହ ଏ ନେଇ ପୁଲିସକୁ ଅବଗତ କରାଯାଇଥିବା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡ ବିଜୟ କୁମାର ପଣ୍ଡା। ଅପରପକ୍ଷେ ଏ ନେଇ ଜଗାର ବାପା ଭୂୟାଁ କହଁର ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୩୦୭/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଛନ୍ତି। ଆଜି ଜଗାର ମା ପୁଷ୍ପାଞ୍ଜଳି ଏ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ଜିଲାପାଳଙ୍କ ସହ ସାକ୍ଷାତ ହୋଇ ପାରି ନ ଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagga was beaten on the head, the family left him in the police station and gave allegation | Argus English