|
logo
Live

Argus News - ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା

Odisha

ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା

ଅର୍ଗସ ବ୍ୟୁରୋ : କଟକ ଜଗତପୁର ପୂର୍ବକଚ୍ଛରେ ପଞ୍ଚମ ଶ୍ରେଣୀ ଛାତ୍ର ଜୋତିପ୍ରକାଶ ବେହେରାକୁ ଗଳା କାଟି ନିର୍ମମ ହତ୍ୟା ଘଟଣାର ପର୍ଦାଫାସ କରିଛି କମିଶନରେଟ ପୋଲିସ । ଶାରିରୀକ ଶୋଷଣ ଲୁଚାଇବାକୁ ଯାଇ ଏହି ହତ୍ୟାକାଣ୍ଡ ହୋଇ ଥିଲା ଏବଂ ନାବାଳକ ଜଣକୁ ହତ୍ୟା ଅଭିଯୋଗରେ ସେହି ଗାଁ ବାସିନ୍ଦା ବାବୁଲି ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କଲା ଜଗତପୁର ଥାନା ପୋଲିସ । ଗତ ୧୬ ତାରିଖ ରାତିରେ ନାବାଳକ ଜ୍ୟୋତିପ୍ରକାଶ ଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବାବୁଲି । ଧାନ କଟା ଦା"ରେ ଅତି ନିର୍ମମ ଭାବେ ବେକକୁ କାଟି ହତ୍ୟା କରି ଥିଲା ଅଭିଯୁକ୍ତ ।

ଆଜି ସକାଳୁ ଅଭିଯୁକ୍ତ ବାବୁଲିକୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ମୃତ ଛାତ୍ର ଜୋତିପ୍ରକାଶକୁ ଶାରୀରିକ ଶୋଷଣ କରି ଆସୁ ଥିଲା । ଅନ୍ୟ ଦିନ ଭଳି 16 ତାରିଖ ରାତିରେ ମଧ୍ୟ ବାବୁଲି ଜୋତିପ୍ରକାଶକୁ ସ୍ଥାନୀୟ ଅଂଚଳରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟକୁ ଡାକି ଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାରୀରିକ ଶୋଷଣର ଶିକାର ହେଉଥିବା ଜୋତିପ୍ରକାଶ ଏନେଇ ନିଜ ଘର ଲୋକଙ୍କୁ କହିବ ବୋଲି ଧମକ ଦେବା ପରେ ଏହା ଶୁଣି ଅଭିଯୁକ୍ତ ବାବୁଲି ପ୍ରଥମେ ଜୋତିପ୍ରକାଶକୁ ଏକ କାଠ ଫାଳିଆରେ ଆକ୍ରମଣ କରି ଥିଲା । ଏବଂ ଜୋତିପ୍ରକାଶ ବେହୋସ ହୋଇ ଯିବା ପରେ ଏକ ଧାନ କଟା ଦା' ସାହାଯ୍ୟରେ ତାର ବେକକୁ କାଟି ଦେଇ ଥିଲା । ଏହା ପରେ ମୃତ ଦେହକୁ ଘୋଷାରି ଘୋଷାରି ନେଇ ବିଲ ହୁଡ଼ାରେ ଫିଙ୍ଗି ଚାଲି ଯାଇଥିଲା । ଆଜିର କ୍ରାଇମସିନ ରିକ୍ରିଏସନ ସମୟରେ ଅଭିଯୁକ୍ତ ବାବୁଲା ସମସ୍ତ କଥାକୁ ବଖାଣି ଥିଲା ।

Sponsored
ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା | Argus English