|
logo
Live

Argus News - ଜଗନ୍ନାଥଙ୍କର ଛୋଟ ବିଗ୍ରହ କରି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

Odisha

ଜଗନ୍ନାଥଙ୍କର ଛୋଟ ବିଗ୍ରହ କରି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

Ritu Das
Browse all articles by Ritu Das
·2 years ago·2 min read
ଜଗନ୍ନାଥଙ୍କର ଛୋଟ ବିଗ୍ରହ କରି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ଅର୍ଗସ ବ୍ୟୁରୋ: ବ୍ରହ୍ମାଣ୍ଡ କର୍ତ୍ତା ସିଏ । ତାଙ୍କ ଇଚ୍ଛା ନ ହେଲେ କିଛି ବି ସମ୍ଭବ ନୁହେଁ । ସେହି କାଳିଆର କରୁଣା ପାଇଁ ଆଜି ଯୁବକଙ୍କୁ ମିଳିଛି ନୂଆ ପରିଚୟ । ନିମ୍ବ ଦାରୁ ବା କାଠରେ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ଗଢି ଆଜି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି କାରିଗର।

ଜାଣେନା କିଭଳି ତିଆରି କରିପାରିଲି, କିଭଳି ଆଜି ସେହି ବିଗ୍ରହ ପାଇଁ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲି । କାଳିଆ କରୁଣା ହିଁ ଆଜି ମୋତେ ଦେଇଛି ନୂଆ ପରିଚୟ । ସେ ନିଜେ ମୋ ହାତରେ ଗଢାଇଦେଲେ ନିଜର ସବୁଠାରୁ ଛୋଟ ବିଗ୍ରହ। ଆମେ କହୁଛୁ ଉଦଳା ଏନଏସି ୮ ନଂ ୱାର୍ଡର ତୁଷାର ମହାନ୍ତିଙ୍କ କଥା । ୫ ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ ନିମ୍ବ କାଠରେ ତିଆରି କରି ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକ୍‌ଡାଉନରେ ଘରେ ଥିବା ସମୟରେ ସେ ଆରମ୍ଭ କରିଥିଲେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ତିଆରି କରିବା । ନିମ୍ବ ଦାରୁରେ ବିଭିନ୍ନ୍ ଉଚ୍ଚତାର ବିଗ୍ରହ ତିଆରି କରି ଆସିଥିଲେ । ପୂର୍ବରୁ ମଧ୍ୟ ସେ ୩ ସେଣ୍ଟିମିଟରର ଜଗନ୍ନାଥଙ୍କ ବିଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଜଗନ୍ନାଥଙ୍କ ଆଶିଷ ନେଇ ତାଙ୍କରି ବିଗ୍ରହ ତିଆରି କରିବାରେ ଲାଗି ପଡିଥିବା ତୁଷାର ଆଜି ରଚିଛନ୍ତି ଏକ ନୂଆ ରେକର୍ଡ । ଯାହାକୁ ଗଢିବା ଯେକୌଣସି ବ୍ୟକ୍ତି ବା କାରିଗରଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର । ହେଲେ ଗୋଟିଏ ରାତିରେ ମାତ୍ର ୩ ଘଣ୍ଟା ମଧ୍ୟରେ ସେ ପ୍ରଭୁ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ତିଆରି କରି ଆଜି ରେକର୍ଡ କରିଛନ୍ତି। ପୂର୍ବରୁ ମଧ୍ୟ ତୁଷାର ବିଭିନ୍ନ ସମୟରେ ଚତୁର୍ଦ୍ଧାଦେବଙ୍କ ବିଗ୍ରହ ତିଆରି କରିବାକୁ ନେଇ ଚର୍ଚ୍ଚାରେ ରହିବା ସହିତ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । 

ତୁଷାର ଅଧିକାଂଶ ସମୟରେ କେବଳ ମହାପ୍ରଭୁଙ୍କ ବିଗ୍ରହ ପ୍ରସ୍ତୁତ କରିଛନ୍ତି। ତେବେ ଜଗନ୍ନାଥଙ୍କ ଆଶିଷରୁ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି କୁହନ୍ତି । ପରିବାର ଲୋକେ ତାଙ୍କୁ ସମର୍ଥନ ଜଣାଇ ଆସିଥିଲେ ସୁଦ୍ଧା ଏଭଳି ଏକ ଦିନ ଜଗନ୍ନାଥ ଆଣି ଦେବେ ବୋଲି କେତେ ଆଶା କରି ନ ଥିବା କହିଛନ୍ତି ପରିବାର ସଦସ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Sponsored
ଜଗନ୍ନାଥଙ୍କର ଛୋଟ ବିଗ୍ରହ କରି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ | Argus English