Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗା ଦର୍ଶନ ପାଇଁ ବୟସ୍କଙ୍କୁ ବାରଣ ବଢାଇଲା ବିବାଦ

Odisha

ଜଗା ଦର୍ଶନ ପାଇଁ ବୟସ୍କଙ୍କୁ ବାରଣ ବଢାଇଲା ବିବାଦ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜଗା ଦର୍ଶନ ପାଇଁ ବୟସ୍କଙ୍କୁ ବାରଣ ବଢାଇଲା ବିବାଦ
  • ଭକ୍ତଙ୍କ ଭାବାବେଗ ଉପରେ ପ୍ରହାର
  • ଜଗା ଦର୍ଶନ ପାଇଁ ବୟସ୍କଙ୍କୁ ବାରଣ ବଢାଇଲା ବିବାଦ
  • ଭିଡ଼ ପରିଚାଳନାର ଅପାରଗତା ଲୁଚାଇବାକୁ ଅଜବ ଯୁକ୍ତି
  • ଭକ୍ତଙ୍କୁ 12-12 ଘଣ୍ଟା ଛିଡା ହେବା ପରାମର୍ଶ ଦେଉଛନ୍ତି ବିଜେଡି ବିଧାୟକ
  • ଭକ୍ତ-ଭଗବାନଙ୍କୁ ଅଲଗା କରିବାକୁ ପ୍ରଶାସନ କିଏ ବୋଲି ପ୍ରଶ୍ନ କଲେ ବିଶ୍ବଭୂଷଣ
  • ସେବେ ରଥଯାତ୍ରା ଆଉ ଏବେ ଜଗା ଦର୍ଶନ, ବନ୍ଦ ପାଇଁ କିଏ କରୁଛି ମସୁଧା ?

ଅର୍ଗସ ବ୍ୟୁରୋ: ଜଗନ୍ନାଥ ପ୍ରେମୀଙ୍କ ଭାବାବେଗଙ୍କୁ ଶ୍ରୀମନ୍ଦିର ପ୍ରଶାସନ ର କୁଠାରଘାତ । ନିଜ ପରିଚାଳନାଗତ ଅପାରଗତାକୁ ଲୁଚାଇବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିତଣ୍ଡା ଯୁକ୍ତିକୁ ନେଇ କ୍ଷୁବ୍ଧ ଜଗନ୍ନାଥ ପ୍ରେମୀ । ପୁଣ୍ୟ କାର୍ତ୍ତିକରେ ଗହଳିକୁ ନଜରରେ ରଖି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପରିବର୍ତ୍ତେ ବୟସ୍କଙ୍କୁ ମନ୍ଦିର ଆସିବା ଲାଗି ବାରଣକୁ ନେଇ ବଢୁଛି ଅସନ୍ତୋଷ।ସେପଟେ ଭକ୍ତ-ଭଗବାନଙ୍କୁ ଅଲଗା କରିବାକୁ ପ୍ରଶାସନ କିଏ ବୋଲି ପ୍ରଶ୍ନ କରିଛନ୍ତି ଛତିଶଗଡ ରାଜ୍ୟପାଳ । ଏସବୁ ଭିତରେ ଭକ୍ତଙ୍କ ଯନ୍ତ୍ରଣାକୁ ନେଇ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ବରିଷ୍ଠ ନାଗରିକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠାରୁ ୫୦ ଭଲ୍ୟୁଣ୍ଟଅର ନିୟୋଜିତ ହେବେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ।

ସନାତନ ଧର୍ମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ । ମୃତ୍ୟୁପୂର୍ବରୁ ଥରେ ହେଲେ ବି ଜଗା ଦର୍ଶନ କରିବାକୁ ଭକ୍ତ ମନରେ ଥାଏ ଆଶା ଓ ଉତ୍କଣ୍ଠା । ସେଇଥିପାଇଁ ତ  ଜଗା ଡୋରୀ ଲାଗିଲେ ଯେତେ କଷ୍ଟ ହେଲେ ବି ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଥାଏ ଭକ୍ତ । ହେଲେ ସାମ୍ପ୍ରତିକ ପରିସ୍ଥିତିରେ ଜଗାଦର୍ଶନ ପୂର୍ବରୁ ସିଂହଦ୍ୱାରରେ ଘଣ୍ଟା ଘଣ୍ଟାର ପ୍ରତୀକ୍ଷା ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅତିଷ୍ଠ ହେଉଛି। ଅଣ ଓସାରିଆ ବ୍ୟାରିକେଡ ସାଙ୍ଗକୁ ନୀତି ସମୟରେ ସିଂହଦ୍ୱାର ଠାରେ ପ୍ରତୀକ୍ଷା ଯୋଗୁଁ କଲବଲ ହେଉଛନ୍ତି ଭକ୍ତ । ବିଶେଷକରି ବରିଷ୍ଠ ନାଗରିକଙ୍କ ମାନେ ଭିଡ଼ ଭିତରେ  ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।

ଦିବ୍ୟାଙ୍ଗ ଓ ବରିଷ୍ଠ ମାନଙ୍କ ପାଇଁ ନାହିଁ ସ୍ୱତନ୍ତ୍ର ବ୍ୟବସ୍ଥା।  ସେଥିରେ ବିଜେଡି ବିଧାୟକଙ୍କ 12 ଘଣ୍ଟିଆ ଅପେକ୍ଷା ବୟାନ ଭକ୍ତଙ୍କ କଟା ଘାରେ ଚୁନ ସଦୃଶ ହୋଇଛି।ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହେଉଛି ରାଜ୍ୟସରକାରଙ୍କ ସନାତନ ବିରୋଧୀ ଚିନ୍ତାଧାରାର ଗନ୍ଧ । ଅପାରଗତା ଲୁଚାଇବାକୁ ଧର୍ମ ଉପରେ କାହିଁକି ପ୍ରହାର କରୁଛନ୍ତି ସରକାର,ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Education Next Season 5
Sponsored
Jagannath's devotees feelings are hurt by the management of the shrine | Argus English