|
logo
Live

Argus News - ପାଗ  ଦେଖିଲେ ଡର ଲାଗୁଛି, ଥରାଉଛି ଜାଡ  

Odisha

ପାଗ  ଦେଖିଲେ ଡର ଲାଗୁଛି, ଥରାଉଛି ଜାଡ  

Manini Pattanayak
Browse all articles by Manini Pattanayak
·2 years ago·1 min read
ପାଗ  ଦେଖିଲେ ଡର ଲାଗୁଛି, ଥରାଉଛି ଜାଡ  

ଭୁବନେଶ୍ୱର: ଇଆଡେ ଶୀତ ଥରାଉଛି। ପୁଣି ସେପଟେ ବର୍ଷା ଭିଜାଉଛି। କାଉରାବାଉରା କରିଦେଉଛି ଏ ପାଗ।  ବାହାରକୁ ବାହାରି ହେଉନି କି ଘରେ ଭିତରେ ରହି ହେଉନି। ବାହାରକୁ ବାହାରିଲେ ସ୍ୱେଟର ପିନ୍ଧିବା ନା ରେନିକୋର୍ଟ.. ସତରେ ବଡ ଦ୍ୱନ୍ଦରେ ପକାଇଛି ଶୀତ ଦିନେ ହେଉଥିବା ଏ ବର୍ଷା। ଘରେ ଭିତରେ ପକାରେ ପାଦ ରଖିବାକୁ ଡର ଲାଗୁଛି,   ପାଣିହାତ ହେବାକୁ ୧୦ ଥର ଭାବିବାକୁ ପଡୁଛି।  ଏମିତି ତିନି ଦିନ ହେଲା  କୋହଲା ପାଗ ଲାଗି ରହିଛି ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏ ପାଗ ଯୋଗୁଁ । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି ।

 ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବଗଗତ ପାର୍ଶ୍ଵବର୍ତ୍ତୀ ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ଚର୍ଷା । ଆସନ୍ତାକାଲି ଅପରାହ୍ନ ଯାଏ ଏପରି  ମେଘୁଆ ପାଗ ସାଙ୍ଗକୁ ବର୍ଷା ହେବାର ସମ୍ବାବନ ରହିଛି ।   ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ବି ଦିନ ଓ ରାତ୍ର ତାପମାତ୍ରାରେ ତାରତମ୍ୟ କମ୍ ରହୁଥିବାରୁ ଅନୁଭୂତ ହେଉଛି ଅଣ୍ଡା । ୨୬ରୁ ବଦଳିବ ପାଗ  । ଆସନ୍ତା ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ତଳକୁ ଖସିବ ରାତ୍ର ତାପମାତ୍ରା । ଫଳରେ ଆହୁରି  ବଢ଼ିବ ଜାଡ଼ ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାଗ  ଦେଖିଲେ ଡର ଲାଗୁଛି, ଥରାଉଛି ଜାଡ   | Argus English