Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ମର୍ଯ୍ୟାଦା ଭୁଲିଗଲେ ବିଜେଡି ସରକାର

Odisha

ପୁଣି ମର୍ଯ୍ୟାଦା ଭୁଲିଗଲେ ବିଜେଡି ସରକାର

Smruti Parija
Browse all articles by Smruti Parija
·2 years ago·2 min read
ପୁଣି ମର୍ଯ୍ୟାଦା ଭୁଲିଗଲେ ବିଜେଡି ସରକାର

Key Points

  • ପୁଣି ମର୍ଯ୍ୟାଦା ଭୁଲିଗଲେ ବିଜେଡି ସରକାର
  • ସାଂସ୍କୃତିକ ପ୍ରତିଯୋଗିତା ଆଳରେ ଅପସଂସ୍କୃତିକୁ ପ୍ରୋତ୍ସାହନ
  • ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଅପମାନ
  • କଲେଜ କ୍ୟାମ୍ପସରେ ରାମାୟଣକୁ ବିକୃତ କରି ରେକର୍ଡ ଡ୍ୟାନ୍ସ ପରିବେଷଣ
  • ବିଜେପିର ପ୍ରଶ୍ନ, ଏହା କଣ ଅଧର୍ମୀ କଳାପାହାଡ଼ର ରୂପାନ୍ତରୀକରଣ ?
  • କାମିୟା-ଗୋମାଂସ-ପାଣ୍ଡିଆନ୍ ପ୍ରସଙ୍ଗରେ ଆହତ ଓଡ଼ିଆ ଭାବାବେଗ
  • ସନାତନ ସଂସ୍କୃତିର ଅପମାନ ବିରୋଧରେ ରାଜ୍ୟସାରା ବଢୁଛି କ୍ଷୋଭ
     

ଅର୍ଗସ ବ୍ୟୁରୋ: କଲେଜ କ୍ୟାମ୍ପସରେ ସାଂସ୍କୃତିକ ପ୍ରତିଯୋଗୀତା ଆଳରେ ଅପସଂସ୍କୃତିକୁ ପ୍ରୋତ୍ସାହନ। ଖାଲି ସେତିକି ନୁହେଁ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଭଗବାନ ଶ୍ରୀରାମଙ୍କୁ ଅସମ୍ମାନ। ଯୁବ ଓଡ଼ିଶା ନବୀନ ଓଡ଼ିଶା ଏହିପରି କରୁଛି ଶିକ୍ଷାନୁଷ୍ଠାନରେ କରୁଛି ସଂସ୍କୃତିର ପ୍ରଚାର ? ମହାକାବ୍ୟ ରାମାୟଣର କଥାବସ୍ତୁକୁ କଦର୍ଥ କରି କରାଯାଉଛି ପରିବେଷଣ। ଏ ଦୃଶ୍ୟ ଭଦ୍ରକ ଆଗରପଡା ମହାବିଦ୍ୟାଳୟର। ଯେଉଁଠାରେ ସାଂସ୍କୃତିକ ପ୍ରତିଯୋଗୀତା ନାଁରେ ମର୍ଯ୍ୟଦା ପୁରୁଷୋତ୍ତମଙ୍କୁ କାରାଯାଇଥିଲା  ଅପମାନ।

ଏ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ତେବେ ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟକ୍ରମରେ ସନାତନ ବିରୋଧୀ କାର୍ଯ୍ୟକୁ କିଏ ଦେଇଥିଲା ଅନୁମତି ? ଏ ଘଟଣାରେ କୌଣସି କାର୍ଯ୍ୟନୁଷ୍ଠାନ କାହିଁକି ନେଇନାହାନ୍ତି ରାଜ୍ୟ ସରକାର। ବିଜୁଜନତା ଦଳ ଦେବାକି ଏନେଇ ସ୍ପଷ୍ଟୀକରଣ ? ବିଜେପି ଟ୍ବିଟ୍ କରି ପ୍ରଶ୍ନ କରିଛି ଏହା କଣ ଅଧର୍ମୀ କଳାପାହାଡ଼ର ରୂପାନ୍ତରୀକରଣ ?

ଯିଏ ଜଗନ୍ନାଥ ସିଏ ରଘୁନାଥ। ସେଥିପାଇଁ ତ କାଳିଆ ସାଆନ୍ତ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଶ୍ରୀରାମଙ୍କୁ ଅପମାନ ଅର୍ଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ। କାମ୍ୟାଜାନି- ଗୋମାଂସ- ପାଣ୍ଡିଆନ୍ ବିବାଦ ନଥମୁଣୁ ପୁଣିଥରେ ଏକ ସରକାରୀ କାର୍ଯ୍ୟକ୍ରମରେ ସନାତନ ସଂସ୍କୃତିର ମଜାକ୍ ଉଡ଼ାଯାଇଛି। ଗୋମାଂସର ପ୍ରଚାରକ କାମ୍ୟା ଜାନିଙ୍କୁ ଶ୍ରୀମନ୍ଦିରକୁ ନେଇଥିବାରୁ ବିଜେଡି ନେତା ଭି. କେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ରାଜ୍ୟରେ ଚାଲିଛି ଯୋରଦାର ପ୍ରତିବାଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ବାରମ୍ବାର ସନାତନ ସଂସ୍କୃତିର ଅପମାନ ଓଡ଼ିଆଙ୍କ ଭାବବେଗକୁ ଦେଇଛି ଘୋର ଆଘାତ। କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ବି ଏହା ବିରୋଧରେ କରାଯାଇଛି ଯୋରଦାର ପ୍ରତିବାଦ। ଏଭଳି ଅନ୍ତର୍ଘାତି, ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ ସହ  ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ। 

ବିଜେଡି ସରକାର ବୋଧହୁଏ ଭୁଲିଯାଇଛନ୍ତି ଏମିତ କେତ ନେତା ଆସିଛନ୍ତି ଯାଇଛନ୍ତି। ଆହୁରି ବି ଆସିବେ ଯିବେ ,ମାତ୍ର ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଅଛନ୍ତି। ଆଉ ଅନାଦି ଅନନ୍ତ କାଳପର୍ଯ୍ୟନ୍ତ ମହାପ୍ରଭୁ ରହିବେ। ମହାପ୍ରଭୁଙ୍କ ଅପମାନ ସହିବ ନାହିଁ ଓଡିଆ ଜାତି। ମହାପ୍ରଭୁଙ୍କୁ ଅପମାନର ପରମ ଦୁଃଖ ସହିତ ଆଂଚଳିକ ଦଳର ନେତାଙ୍କ ଅହେତୁକ ନୀରବତା ଓଡିଆଙ୍କ ମନରେ ଭରିଛି କ୍ରୋଧ ଓ କୋହ। ଏହି କ୍ରୋଧକୁ ବରଦାସ୍ତ କରିପାରିବେତ ବିଜେଡି ସରକାର ?

Sponsored
Insult to Maryada Puruchottam-ram-lala in Naveen Odisha program | Argus English