ପାଠପଢା ବଦଳରେ ସ୍କୁଲ ପରିସରରେ ଭୋଜିକରି ନାଚିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
·2 years ago·1 min read

ଅର୍ଗସ ବ୍ୟୁରୋ: 5T ସ୍କୁଲର ଧଜିୟା ଉଡାଇଲେ ସ୍କୁଲ କର୍ତ୍ତୃପକ୍ଷ। ପାଠପଢା ବଦଳରେ ସ୍କୁଲ ପରିସରରେ ଭୋଜିକରି ନାଚିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।ଓ ସ୍କୁଲ କର୍ମଚାରୀ । ମଦପିଇ ମାତାଲ ଜଣେ ସ୍କୁଲ କର୍ମଚାରୀ , ଏଭଳି ଭିଡ଼ିଓ ଭାଇରାଲ ପରେ ସାରା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଳି 5T ସ୍କୁଲରେ ।
ଗତକାଲି ସ୍କୁଲରେ ଗୋଟିଏ ପଟେ ପରୀକ୍ଷା ହେଉଥିବା ବେଳେ ଅନ୍ୟ ପଟରେ ରାମାୟଣ ପରାୟଣ ସହ ଭୋଜିଭାତ ଓ ନାଚଗୀତ ହେଉଥିଲା । ଏବଂ ଏହାର ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏ ସମ୍ପର୍କରେ ପଚାରିବାରୁ ସ୍କୁଲର ପ୍ରଧାନ ଶିକ୍ଷକ ନିଜକୁ ଅସହାୟ ମନେ କରିଥିଲେ । କିଛି ବ୍ୟକ୍ତି ଜୋର ଜବରଦସ୍ତ ସ୍କୁଲ ଭିତରେ ଏଭଳି କରିଥିବା କଥା କହୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନା କୁ ଆସିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: