|
logo
Live

Argus News - ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ଅଭିନବ ପ୍ରତିବାଦ

Odisha

ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ଅଭିନବ ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago·3 min read
ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ଅଭିନବ ପ୍ରତିବାଦ

ଅର୍ଗସ ବ୍ୟୁରୋ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ  ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧା ମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳ୍ୱନ କରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ସଂକୀର୍ତନ ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଂଚଳ ପ୍ରକମ୍ପିତ ହେଉଥିଲା । ସମଗ୍ର ବାତାବରଣ ଏକ ଭକ୍ତି ଭାବପୂର୍ଣ୍ଣ ଆବେଗରେ ପରିଣତ ହୋଇଥିଲା । 

ଅଧିକ ପଢନ୍ତୁ : ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ସତ୍ୟାଗ୍ରହ କରିଛି କଂଗ୍ରେସ

ପ୍ରକାଶ ଥାଉକି ଅକ୍ଟୋବର ମାସ ୧୬ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତୃବର୍ଗ ୬ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦୀର୍ଘ ୩.୫ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ଛାଡ଼ି ବାକି ତିନିଦ୍ୱାରକୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି । ଏପରିକି ଯେଉଁ ଶ୍ରୀ ମନ୍ଦିର ପ୍ରକଳ୍ପ କଥା ରାଜ୍ୟ ସରକାର କହୁଛନ୍ତି ତାହା ୨୦୨୧ ମସିହାରେ ସରିଯିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଆଜି ୨୦୨୩ ନଭେମ୍ବର ମାସ ଭିତରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିନାହିଁ ଏବଂ ଏହି କାର୍ଯ୍ୟର ଏକ ତୃତୀୟାଂଶ କାମ ଆରମ୍ଭ କରାଯାଇନାହିଁ । ତେଣୁ କାହିଁକି ଏବଂ କାହାର ସ୍ୱାର୍ଥ ସାଧନ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାରା କୁ ଦୀର୍ଘ ବର୍ଷ ବର୍ଷ ଧରି ବନ୍ଦ କରି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀକ୍ଷେତ୍ରକୁ କାର୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମେତ ହବିଷ୍ୟାଳିଙ୍କ ସମାଗମ ହୁଏ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ବଡଦାଣ୍ଡରେ ଲମ୍ବା ଲାଇନ ଲଗାଇ ଛିଡ଼ାହେଉଛନ୍ତି । କିନ୍ତୁ ପ୍ରଭୁଙ୍କର ଦର୍ଶନ ମିଳୁନାହିଁ । ଶ୍ରୀମନ୍ଦିର ୪ ଦ୍ୱାରା ଦୀର୍ଘଦିନ ଧରି ବନ୍ଦ କରିବାଯୋଗୁଁ ଏ ସରକାର ଭକ୍ତ ଓ ଭଗବାନ ଭିତରେ ବାଧକ ସାଜୁଛି ।  ଏଭଳି ପରିସ୍ଥିତିରେ ୪ ଦ୍ୱାରକୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ବାରମ୍ବାର ଦାବି କରିଆସୁଛି । ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉ ନାହିଁ, ଚାବି ହଜିଯିବାର ନାଟକ କରାଯାଉଛି, ପୁଣି ଚାବି ମିଳିଯାଉଛି କିନ୍ତୁ ରତ୍ନ ଭଣ୍ଡାରରକୁ ସରକାର କାହିଁକି ଖୋଲୁନାହାନ୍ତି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ରତ୍ନଭଣ୍ଡାରର ଗଣତି, ମଣତି ଏବଂ ରତ୍ନ ଭଣ୍ଡାରର ମରାମତି କରିବାପାଇଁ ଏ ସରକାର ତିଳେମାତ୍ର ତତ୍ପରତା ଦେଖାଉନାହାନ୍ତି । ମହାପ୍ରଭୁ ଶ୍ରୀ ଜଗଗନ୍ନାଥଙ୍କ ପରମ ଭକ୍ତ କହୁଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ତତ୍ପରତା ନ ଦେଖାଇବାର କାରଣ କଣ? ରତ୍ନ ଭଣ୍ଡାରର ରତ୍ନ ସବୁ ଚୋରାଇ ନିଆଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରୁଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏ ସରକାର ଅହଂକାର ଓ ଗର୍ବରେ ଫାଟିପଡ଼ୁଛି ।  ଭକ୍ତଙ୍କର କଷ୍ଟ ଦୁର୍ଦ୍ଦଶା  ଦେଖି ଏ ସରକାର ଜାଣିସୁଣି ନୀରବ ରହୁଛି । ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଫେରାଇବା ପାଇଁ ଏ ସରକାର ସାମାନ୍ୟତମ ତତ୍ପରତା ନ ଦେଖାଇବା ଅତି ଆଶ୍ଚର୍ଯ୍ୟାନ୍ୱିତ କଥା । ମହାପ୍ରଭୁ ଜଗନ୍ନାଥ କାହାରି ଗର୍ବ ସହି ନାହାନ୍ତି କି ସହିବେ ନାହିଁ । ଏ ଅହଂକାର ବେଶିଦିନ ରହିବନାହିଁ । ଆଜି କଂଗ୍ରେସ ଦଳ ସାରା ରାଜ୍ୟରେ ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଛି ।  ଯଦି ରାଜ୍ୟ ସରକାର ଆମର ଦାବିକୁ ତୁରନ୍ତ ଗ୍ରହଣନକରନ୍ତି ତାହାହେଲେ ଆସନ୍ତା ଦିନରେ କଂଗ୍ରେସ ରାଜ୍ୟର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଜନସାଧାରଣଙ୍କ ପାଇଁ କୋଠର ପଦକ୍ଷେପ ନେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀମତୀ ପ୍ରତିମା ମଲ୍ଲିକଙ୍କ ସମେତ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଜତ ଚୌଧୁରୀ, ମୋହନ ଜେନା, ପ୍ରଶାନ୍ତ ଚମ୍ପତି, ଗିତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର, ଶୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଅକ୍ଷୟ କୁମାର ଦାସ, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର, ଦେଓ ପ୍ରସାଦ, ଆତ୍ମାରାମ ପତି, ରଣଜିତ ପାତ୍ର, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମିହିର ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜ୍ୟୋତିଷ ସାହୁ, ସୌମେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଜୟ ସାହୁ, ନକୁଳ ନାୟକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ମଂଟୁ ମଲ୍ଲିକ, ଜୟଶ୍ରୀ ପାତ୍ର, ସିଲି ସେଠୀ, ମଧୁସ୍ମିତା ଅଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ପୁଷ୍ପିତା ଦାସ, ଭାଗ୍ୟଶ୍ରୀ ଜେନା, ରିନା ସାହୁ, କୁସୁମ ପ୍ରଧାନ, ମନୋଜ ସାହୁ, ଜୟନ୍ତ ଦାସ, ନରୋତମ ନାୟକ, ପୂର୍ଣ୍ଣ ସାହୁ, ସଂକୁନା କହଁର, ସେକ ତାକ୍‌ୱିମ, ଦେବେନ୍ଦ୍ର ଦାସ, ମୁନାଚାନ୍ଦ ନାୟକ, ଏମଡି ଶାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ସ୍ପନ୍ଦନ କୁମାର ସ୍ୱାଇଁ ପ୍ରମୁଖ ବହୁ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Sponsored
ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ଅଭିନବ ପ୍ରତିବାଦ | Argus English